ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଆମେରିକାକୁ ଶବ୍ଦ ଠାରୁ ଅଧିକ ଏକତା ହେବାର ଅଛି: ବାଇଡେନ୍‌
Khabar Odisha:International-US-president-Joe-Biden-emphasizes-on-unity-in-first-speech-after-taking-oath

ୱାଶିଂଟନ, ଜାନୁଆରୀ ୨୧ (ଖବର ଓଡ଼ିଶା): ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଏକତା ହେଉଛି ଗୁରୁତ୍ୱପୂର୍ଣ୍ଣ । ବୁଧବାର ଶପଥ  ନେବା ପରେ ବାଇଡେନ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ, ଆମେରିକାକୁ ‘ଏକ’ କରିବା ଲାଗି ସମସ୍ତେ ଏକାଠି ହେବାର ଅଛି । 

ବାଇଡେନ ଶପଥ ଗ୍ରହଣ କରିବା ପରେ କହିଛନ୍ତି ଏହି ଉତ୍ସାହ କୌଣସି ପ୍ରାର୍ଥୀଙ୍କର ବିଜୟ ନୁହେଁ । ବରଂ ଗଣତନ୍ତ୍ରର ବିଜୟ । ସେ କହିଛନ୍ତି ଯେ, ଆଜିର ଦିନଟି ଆମେରିକାର । ଏହା ଗଣତନ୍ତ୍ରର ଦିନ । ଏହା ଇତିହାସ ଓ  ଆଶାର ଦିନ । ବାଇଡେନ କହିଛନ୍ତି ଯେ, ଆଜି ଆମେ ଏକ ପ୍ରାର୍ଥୀଙ୍କ ବିଜୟ ନୁହେଁ, ବରଂ ଏକ ଉଦ୍ଦେଶ୍ୟ, ଗଣତନ୍ତ୍ର ଉଦେଶ୍ୟ ନେଇ ବିଜୟ ଉତ୍ସବ ପାଳନ କରୁଛୁ । 

ଦେଶର ନୂଆ ରାଷ୍ଟ୍ରପତି କହିଛନ୍ତି, ଜନତାଙ୍କ ଆଗ୍ରହକୁ ଶୁଣିଛନ୍ତି ଓ ବୁଝାଯାଇଛି । ସେ କହିଛନ୍ତି ଯେ କୃଷ୍ଣକାୟଙ୍କୁ ଶ୍ରେଷ୍ଠ ମାନିବାର ମାନସିକତା, ଘରୋଇ ଆତଙ୍କବାଦଙ୍କୁ ପରାଇବେ । ମୁଁ ଚାହୁଁଛି ପ୍ରତ୍ୟେକ ଆମେରିକୀୟ ଆମର ଏହି ଲଢ଼େଇରେ ସାମିଲ ହୁଅନ୍ତୁ । ଆଜି ଜାନୁଆରୀର ଏହି ଦିନକୁ ମୋର ପୂରା ଆତ୍ମା ଏଥିରେ ଲାଗିଛି । ଆମେରିକାକୁ ଏକାଠି ଆଣିବାରେ, ଲୋକଙ୍କୁ ଏକାଠି କରିବାରେ, ଦେଶକୁ ଏକାଠି କରିବା ନେଇ କାମ କରିବା । 

ବାଇଡେନ ଆମେରିକୀୟଙ୍କୁ କହିଛନ୍ତି ଏକାଠି ହେବା ପାଇଁ କହିଛନ୍ତି । ଫଳରେ ସାମ୍ନାରେ ଥିବା ଚ୍ୟାଲେଞ୍ଜ ଅତିକ୍ରମ କରିହେବ । ସେ କହିଛନ୍ତି ଯେ, ଚ୍ୟାଞ୍ଜେକୁ ହରାଇବା ଲାଗି, ଦେଶର ଆତ୍ମାକୁ ଜୀବିତ କରିବା ଲାଗି ଆମେରିକାର ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଆମେରିକାକୁ ଶବ୍ଦ ଠାରୁ ଅଧିକ ଏକତା ହେବାର ଅଛି । 

 

  • Tags:

Subscribe

National International State Sports Entertainment