ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ଉପରେ ବହୁତ ଖୁସି ନୁହନ୍ତି। କାରଣ ୱାଶିଂଟନ ରୁଷୀୟ ତୈଳ କିଣିବା ପାଇଁ ଭାରତ ଉପରେ ଶୁଳ୍କ ଲଗାଇଛି। ହାଉସ୍ ରିପବ୍ଲିକ୍ ସଦସ୍ୟଙ୍କ ଏକ ରିଟ୍ରିଟ୍ ଭାଷଣ ଦେଇ ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଭେଟିବାକୁ ଆସିଥିଲେ, ମୋର ତାଙ୍କ ସହିତ ବହୁତ ଭଲ ସମ୍ପର୍କ ଅଛି। ସେ ମୋ ଉପରେ ବହୁତ ଖୁସି ନୁହଁନ୍ତି କାରଣ ତାଙ୍କୁ ବହୁତ ଶୁଳ୍କ ଦେବାକୁ ପଡ଼ୁଛି। କିନ୍ତୁ ଆପଣ ଜାଣନ୍ତି ଯେ, ଏବେ ଭାରତ ରୁଷ ସହିତ ତୈଳ ଆମଦାନୀକୁ ଯଥେଷ୍ଟ ହ୍ରାସ କରିଛି।
ହାଉସ୍ ରିପବ୍ଲିକାନ୍ ପାର୍ଟି ସଦସ୍ୟଙ୍କ ରିଟ୍ରିଟ୍ ହେଉଛି ଆମେରିକାର ପ୍ରତିନିଧି ସଭାର ରିପବ୍ଲିକାନ୍ ପାର୍ଟି ସଦସ୍ୟମାନଙ୍କର ଏକ ବାର୍ଷିକ ବୈଠକ। ଟ୍ରମ୍ପ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, ଯେଉଁଥିରେ ରୁଷରୁ ତୈଳ କ୍ରୟ ଉପରେ ୨୫ ପ୍ରତିଶତ ଶୁଳ୍କ ମଧ୍ୟ ସାମିଲ ଅଛି। ଟ୍ରମ୍ପ୍ ଏହା ମଧ୍ୟ କହିଛନ୍ତି ଯେ ଭାରତ ୬୮ଟି ଆପାଚି ହେଲିକପ୍ଟର ଅର୍ଡର କରିଛି।
ଗୋଟିଏ ଦିନ ପୂର୍ବରୁ, ଟ୍ରମ୍ପ୍ ଚେତାବନୀ ଦେଇଥିଲେ ଯେ ଯଦି ନୂଆଦିଲ୍ଲୀ ରୁଷ ତୈଳ ଆମଦାନୀ ପ୍ରସଙ୍ଗରେ ଆମେରିକାର ଚିନ୍ତାକୁ ସମାଧାନ ନ କରେ, ତେବେ ୱାଶିଂଟନ୍ ଭାରତୀୟ ସାମଗ୍ରୀ ଉପରେ ଆହୁରି ଶୁଳ୍କ ଲଗାଇବ। ଯଦି ଭାରତ ରୁଷ ସହ କାରବାର ବଢାଏ ତେବେ ଆମେରିକା ବହୁତ ଶୀଘ୍ର ଶୁଳ୍କ ବୃଦ୍ଧି କରିବ।
ଆମେରିକା ଭାରତ ସହିତ ଏହାର ବାଣିଜ୍ୟ ନିଅଣ୍ଟ ହ୍ରାସ କରିବାକୁ ଚେଷ୍ଟା କରୁଛି। ଗତ ବର୍ଷ ରୁଷରୁ ଭାରତର ବଡ଼ ଅଶୋଧିତ ତୈଳ ଆମଦାନୀ ଯୋଗୁଁ, ଭାରତୀୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କକୁ ଦ୍ୱିଗୁଣିତ କରି ୫୦ ପ୍ରତିଶତ କରିଛି ଆମେରିକା। ଅନ୍ୟପଟେ ଭାରତ ଏବଂ ଆମେରିକା ଏକ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତିନାମା ଉପରେ ମଧ୍ୟ ଆଲୋଚନା କରୁଛନ୍ତି।
Also read: ଭେନେଜୁଏଲା ପରି ଭାରତରେ ବି ହୋଇପାରେ, ଆମେରିକା ଆକ୍ସନ ଉପରେ ଟିପ୍ପଣୀ କଲେ କଂଗ୍ରେସ ନେତା