ଭୂକମ୍ପରେ ଥରିଲା ୩ଟି ଦେଶ । ସକାଳୁ ସକାଳୁ ଭୂକମ୍ପର ଝଟକା ଅନୁଭୂତ କରିଛନ୍ତି ପାକିସ୍ତାନ, ନିଉ ଗିନି ଓ ତିବ୍ଦତ ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁସାରେ, ଭୋର୍ ପ୍ରାୟ ୩ଟା ୩୮ ମିନିଟରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨ । ପାକିସ୍ତାନରେ ଭୂକମ୍ପ ଅନୁଭୂତ ହେବା ପୂର୍ବରୁ ବା ଭୋର୍ ୩ଟା ୧୬ ମିନିଟରେ ନିଉ ଗିନିରେ ଭୂକମ୍ପ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୬.୫ । ଏକ ଶକ୍ତ ଭୂକମ୍ପର ଝଟକା ଅନୁଭୂତ କରିଛି ନିଉ ଗିନି । ଭୋର୍ ୩ଟା ୧୬ ମିନିଟରେ ତିବ୍ଦତର ସିଜାଙ୍ଗ ଭୂକମ୍ପ ହୋଇଥିଲା । ଭୂମିକମ୍ପର ତୀବ୍ରତା ୫.୦ । ଭୂକମ୍ପର ଝଟକାରେ କ'ଣ କ୍ଷୟକ୍ଷତି ହୋଇଛି ତାହାର କୌଣସି ସୂଚନା ମିଳିନାହିଁ । ଗୋଟେ ଦିନରେ ୩ଟି ଦେଶରେ ଭୂକମ୍ପ ସାରା ଦେଶବାସୀମାନଙ୍କୁ ଭୟଭୀତ କରୁଛି ।
ଆଗକୁ ପଢ଼ନ୍ତୁ : ନେପାଳରେ ଭୂକମ୍ପର ଝଟକା