ଆଜି ପବିତ୍ର ଦୀପାବଳୀ ଅବସରେ ପୁରା ଭାରତ ବର୍ଷରେ ଖୁସି ଆଲୋକର ପର୍ବ ପାଳନ କରାଯାଉଛି । ଏହି ଦିନରେ ଭାରତରେ ସ୍କୁଲ ଏବଂ ଅଫିସ ଗୁଡ଼ିକରେ ଛୁଟି ଦିଆଯାଇଥାଏ । ହେଲେ ଇତିହାସରେ ପ୍ରଥମ ଥର ପାଇଁ ଦୀପାବଳୀରେ ଆମେରିକାର ନ୍ୟୁୟର୍କରେ ଛୁଟି ଘୋଷଣା କରାଯାଇଛି । ନ୍ୟୁୟର୍କ ପ୍ରଶାସନ ଦୀପାବଳୀ ଅବସରରେ ସେହି ସହରରେ ଥିବା ସବୁ ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରିଛି । ଏବେ ଆମେରିକାରେ ରହୁଥିବା ଭାରତୀୟ ପ୍ରବାସୀ ସେଠାରେ ନିଜ ପରିବାର ସହ ଏହି ଆଲୋକର ପର୍ବ କୁ ପାଳନ କରି ପାରିବେ ।
ତେବେ ସେଠାରେ ରହୁଥିବା ଭାରତୀୟମାନେ ଦୀର୍ଘବର୍ଷ ଧରି ଏହି ଦାବି କରିଥିଲେ । ଏ ବର୍ଷ ତାହାକୁ ନଜର ରେ ରହି ଏହି ନିଷ୍ପତି ନିଆ ଯାଇଛି । ଏହାର ସୂଚନା ମେୟରଙ୍କ କାର୍ଯ୍ୟାଳୟର ଡେପୁଟି କମିଶନର ଦିଲ୍ଲୀପ ଚୌହାନ ଦେଇଛନ୍ତି । ଏହାସହ ଏହାକୁ ପବ୍ଲିକ ହଲି ଡେ ବୋଲି ଘୋଷଣା କରାଯାଇଛି ।