ଦିଲ୍ଲୀ,ନଭେମ୍ବର 28 (ଖବର ଓଡ଼ିଶା):
ଭାରତର ବାରମ୍ବାର ଚେତାବନୀ ରେ ମଧ୍ୟ ଚୀନ୍ ନିଜ ମୁଣ୍ଡରୁ ବିସ୍ତାରବାଦୀ ଆଭିମୁଖ୍ୟକୁ କାଢିପାରୁନାହିଁ । ଯାହାଫଳରେ ଦେଶର ସୈନିକମାନଙ୍କୁ ମରିବା ପାଇଁ ଡର ନାହିଁ, ବରଂ ଯୁଦ୍ଧକୁ ଜିତିବା ପାଇଁ ଫୋକସ କର ବୋଲି କହିଛନ୍ତି ଜିନ୍ପିଙ୍ଗ । ମିଲାଟାରୀ କମାଣ୍ଡରମାନଙ୍କୁ ସମ୍ବୋଧନ କରିବା ବେଳେ ଜିନପିଙ୍ଗ ଏପରି କଥା କହିଥିବାରୁ, ଏହାକୁ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଚାଇନା ମିଡିଆର ରିପୋର୍ଟ ମୁତାବକ, ବୁଧବାର ଜିନପିଙ୍ଗ ମିଲାଟାରୀ କମାଣ୍ଡରମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଛନ୍ତି, ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ଯବାନମାନଙ୍କ ଜରୁରୀ ଟ୍ରେନିଂ ତୀବ୍ର ହେବା ଦରକାର। ଯୁଦ୍ଧ ଜିତିବା ପାଇଁ ଟ୍ରେନିଂ ନିହାତି ଜରୁରୀ।ମିଲାଟାରୀ ଟ୍ରେନିଂ ସବୁବେଳେ କରିବା ସେନାର ପ୍ରଥମ କାମ। ଏହାଦ୍ୱାରା ସବୁ ପ୍ରକାରର ସ୍ଥିତିକୁ ଆମେ ମୁକାବିଲା କରିପାରିବା। ପିପୁଲ୍ସ ଲିବେରେସନ ଆର୍ମିକୁ ବିଶ୍ୱସ୍ତରୀୟ ଯୋଦ୍ଧା କରିବାକୁ ଚାଇନା ସରକାର କାର୍ୟ୍ୟ କରୁଛନ୍ତି। ଆଧୁନିକ ଯୁଗରେ ଆମକୁ ଏମିତି ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରିବାକୁ ପଡ଼ିବ, ଯିଏ ସର୍ବଦା ଲଢ଼େଇ ପାଇଁ ପ୍ରସ୍ତୁତ ରହୁଥିବ ଓ ବିଜୟର କଳା ଶିଖିଥିବ। ଏ ଦିଗରେ ସେନା ବାହିନୀ କାର୍ୟ୍ୟ କରନ୍ତୁ ବୋଲି ସେ କହିଛନ୍ତି।