ଆମେରିକାର ଜର୍ଜିଆ ପ୍ରଦେଶର ଆଲଫାରେଟ୍ଟା ସହରରେ ଏକ କାର୍ ଦୁର୍ଘଟଣାରେ ତିନିଜଣ ଭାରତୀୟ ଏବଂ ଗୋଟେ ନାବାଳକର ମୃତ ହୋଇଛି । ସେମାନଙ୍କ ଭିତରୁ 2 ଜଣ ଆହତ ହୋଇଛନ୍ତି । ମାକ୍ସୱେଲର ରୋଡର ୱେଷ୍ଟସାଇଡ୍ ପାର୍କୱେରେ ଗତ 14 ତାରିଖରେ ଏହି ଦୁର୍ଘଟଣା ହୋଇଥିଲା । ମୃତକମାନେ ହେଲେ ଆର୍ଯ୍ୟନ ଜୋଷୀ, ଶ୍ରୀୟା ଆଭସାରଲା ଓ ଅନିଭ ଶର୍ମା। କାର ଚଳାଉଥିବା ଚାଳକ ଓ ଅନ୍ୟ ଆହତ ଜଣଙ୍କ ମଧ୍ୟ ନାବାଳକ। କାର ଚାଳକ ହେଲେ ରିଥୱାକ ସୋମେପାଲି ଓ ଅନ୍ୟ ଜଣଙ୍କ ହେଉଛନ୍ତି ମହମ୍ମଦ ଲିୟାକତ୍। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଦ୍ରୁତ ବେଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି।
ଅଧିକା ପଢନ୍ତୁ : ସଂଯୁକ୍ତ ରାଷ୍ଟ୍ରରେ ଭାରତ ବିରୋଧରେ ଏମିତି ଅଭିଯୋଗ ଆଣିଲା ପାକିସ୍ତାନ