ୱାଶିଂଟନ୍: ଆମେରିକାର ୱାଶିଂଟନ୍ ଡିସିରେ ବୁଧବାର ବିଳମ୍ବିତ ରାତି ଭାରତୀୟ ଦୂତାମାସରୁ ଏକ ମୃତଦେହ ଉଦ୍ଧାର ହୋଇଛି। ଏହି ଅଘଟଣ ନେଇ ସ୍ଥାନୀୟ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସ କହିଛି ଯେ, ବ୍ୟକ୍ତିଜଣକ ନିଜେ ବଞ୍ଚିବାକୁ ଚାହିଁନାହିଁ। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଏହି ଘଟଣା ବୁଧବାର ରାତି ୧୦ଟା ୧୯ରେ ଘଟିଥିବା କୁହାଯାଉଛି। ଅଧିକାରୀ କହିଛନ୍ତି ଯେ, ବ୍ୟକ୍ତି ଜଣକ ନିଜେ ଫାଶୀ ଲଗାଇ ଜୀବନ ହାରିଛନ୍ତି।
ଏହି ଘଟଣା ସଂପର୍କରେ ସୂଚନା ପ୍ରଦାନ କରି ଭାରତୀୟ ଦୂତାବାସ କହିଛି ଯେ, ଆମେ ଏହାକୁ ଗୁରୁତର ସହିତ ନେଇଛୁ। ଭାରତୀୟ ଦୂତାବାର ଜଣେ ସଦସ୍ୟଙ୍କ ୨୦୨୪ ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ପାର୍ଥିବ ଶରୀରକୁ ଶୀଘ୍ର ଭାରତ ସ୍ଥାନାନ୍ତରଣ କରିବା ପାଇଁ ସଂପର୍କିତ ସଂସ୍ଥା ଓ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରୁଛୁ।
ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଗୋପନୀୟତାର ଚିନ୍ତା କାରଣରୁ ମୃତକଙ୍କ ସଂପର୍କରେ ଅତିରିକ୍ତ ବିବରଣୀ ଜାରି କରାଯାଉ ନାହିଁ। ଦୁଃଖର ଏହି ସମୟରେ ପରିବାର ପ୍ରତି ଆମେ ସମ୍ବେଦନା ଓ ପ୍ରାର୍ଥନା କରୁଛୁ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଆମେରିକାରେ ଭାରତୀୟ ମୂଳର ଅନେକ ଛାତ୍ରଙ୍କ ମୃତ୍ୟୁ ମାମଲା ଆସିଥିଲା। ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅତିକମରେ ୧୧ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ପଢ଼ିବାକୁ ଚାହିଁଥିବା ୪ ଜଣ ଛାତ୍ର ଭାରତୀୟ ମୂଳ ନିବାସୀ ଅଛନ୍ତି। ଆମେରିକାରେ ଭାରତୀୟ ବଂଶୋଦ୍ଭବର ୨.୭୫ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି।
ଅଧିକ ପଢ଼ନ୍ତୁ: କମଲା ହାରିସଙ୍କୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ