ବ୍ରହ୍ମାଣ୍ଡର ଅସଂଖ୍ୟ ରହସ୍ୟକୁ ନେଇ ସର୍ବଦା ଦ୍ବନ୍ଦରେ ରେ ରହିଛନ୍ତି ନକ୍ଷତ୍ରବିଜ୍ଞାନୀ । ସେହିଭଳି ବ୍ରହ୍ମାଣ୍ଡର ରହସ୍ୟକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଚର୍ଚ୍ଚା ଲାଗିରହିଛି । ୧୬ ସାଇକି ନାମକ ଏକ ଗ୍ରହାଣୁ ବିଷୟରେ ସେମାନେ ନୂଆ ତଥ୍ୟ ପ୍ରଦାନ କରିଛନ୍ତି ଯେଉଁ ଗ୍ରହାଣୁଟି ଏତେ ମୂଲ୍ୟବାନ ଯେ ପୃଥିବୀର ପ୍ରତ୍ୟକ ବ୍ୟକ୍ତିଙ୍କୁ କୋଟିପତି କରିପାରେ । ଏପରି ମୂଲ୍ୟବାନ ଧାତୁଦ୍ୱାରା ଏହା ପରିପୂର୍ଣ୍ଣ ଯାହା ସମଗ୍ର ବିଶ୍ୱର ଅର୍ଥନୀତି ଅବସ୍ଥାକୁ ବଦଳାଇବାରେ ସକ୍ଷମ । ଆମେରିକୀୟ ମହାକାଶ ଏଜେନ୍ସି ନାସା ଅନୁସାରେ ଆଳୁ ଆକୃତିର ଏହି ଗ୍ରହାଣୁର ହାରାହାରି ବ୍ୟାସ ପ୍ରାୟ ୨୨୬ କିମି ।ଏହା ପୃଥିବୀର ପ୍ରକୃତିକ ଉପଗ୍ରହ ଚନ୍ଦ୍ର ପରିଧିର ପ୍ରାୟ ଏକ ଷଷ୍ଠାଂଶ ।
ଆମ ସୌରମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ଏହି ଗ୍ରହାଣୁଟି ଅବସ୍ଥିତ ।ଏହି ୧୬ ସାଇକିରେ ଲୌହ ,ନିକେଲ ସମେତ ପ୍ରାୟ ୭୦୦ ଡଲାର କ୍ୱିଣ୍ଟିଲିଅନ ସୁନା ରହିଛି । ୧ କ୍ୱିଣ୍ଟିଲିଅନ ହେଉଛି ଭାରତୀୟ ମୁଦ୍ରାରେ ୧ ନିୟୁତ କୋଟି ।ତେବେ ଯଦି ଏହି ଗ୍ରହାଣୁକୁ ସମାନ ଭାବରେ ଭାଗ କରାଯାଏ ପୃଥିବୀର ପ୍ରତ୍ୟକ ବ୍ୟକ୍ତି ୭ ଲକ୍ଷ ୭୨ ହଜାର କୋଟି ଟଙ୍କା ପାଇବେ ।ସେଥିପାଇଁ ଏହି ଏହି ମୂଲ୍ୟବାନ ଧାତୁ ସମ୍ପନ୍ନ ଗ୍ରହାଣୁର ଅନ୍ୱେଷଣ କରିବା ଲାଗି ନାସା ମିଶନ ସାଇକି ଅଭିଯାନ ଆରମ୍ଭ କରିଛି ।୧୯୫୨ ମସିହା ମାର୍ଚ୍ଚ ୧୭ ରେ ଇଟାଲୀର ନକ୍ଷତ୍ର ବିଜ୍ଞାନୀ ଆନିବେଲ ଡି ଗାସପାରିସ ଏହି ୧୬ ସାଇକି ଗ୍ରହାଣୁକୁ ଆବିଷ୍କାର କରିଥିଲେ ଯାହାର ନାମ ଗ୍ରୀକ ଆତ୍ମାର ଦେବୀ ସାଇକିଙ୍କ ନାମ ଅନୁସାରେ ସେ ଏହାର ନାମ କାରଣ କରିଥିଲେ । ତେବେ ଏହି ୧୬ ସାଇକି ଗ୍ରହାଣୁଟି ସୂର୍ଯ୍ୟର ପୂର୍ଣ୍ଣ ପରିକ୍ରମା କରିବାକୁ ପ୍ରାୟ ପାଞ୍ଚବର୍ଷ ସମୟ ନେଉଥିଲା ବେଳେ ନିଜ କକ୍ଷ ପଥରେ ପୂର୍ଣ୍ଣ ପରିକ୍ରମା କରିବାକୁ ମାତ୍ର ୪ ଘଣ୍ଟା ସମୟ ନିଏ ।
୨୦୧୨ ମସିହାରେ ସାଇକି ମହାକାଶଯାନ ଉତକ୍ଷେପଣ କରି ୨୦୧୬ ରେ ୧୬ ସାଇକି ଗ୍ରହାଣୁରେ ପହଞ୍ଚିବାକୁ ଲକ୍ଷ ରଖିଥିଲା ନାସା କିନ୍ତୁ ସଫ୍ଟୱେର ସମସ୍ୟା ଓ ମିଶନର ବିକାଶ ଜନିତ ସମସ୍ୟା ଯୋଗୁ ନିର୍ଦ୍ଧାରିତ ସମୟରେ ମିଶନ ଲଞ୍ଚ ହୋଇପାରିନଥିଲା ବୋଲି ନାସା ତରଫରୁ ସୂଚନା ମିଳିଛି । ଏହି ସବୁ ସମସ୍ୟାର ସମାଧାନ ପରେ ନାସା ପୁଣିଥରେ ଏହି ମିଶନକୁ ଚଳିତ ବର୍ଷ ଲଞ୍ଚ କରିବ ବୋଲି ସ୍ଥିର କରିଛି । ତେବେ ଆସନ୍ତା ଅକ୍ଟୋବରରେ ଏହା ସମ୍ଭବ ହେବନାହିଁ ବୋଲି ନାସା ଘୋଷଣା କରିଛି । ଏପରିକି ଯଦି ଚଳିତ ବର୍ଷ ସାଇକି ମିଶନ ଲଞ୍ଚ ହୁଏ ତେବେ ୨୦୨୯ ମସିହାରେ ତାହା ଗ୍ରହାଣୁରେ ପହଞ୍ଚିବ । ଏହା ପରେ ଗ୍ରହାଣୁ ୧୬ ସାଇକିରେ କକ୍ଷରେ ଅତିକମରେ ୨୬ ମାସ ରହି ଗ୍ରହାଣୁର ବିକାଶ ଓ ତତ୍ତ୍ୱଗୁଡିକରେ ପୁଙ୍ଖାନୁପୁଙ୍ଖ ଅଧୟନ କରି ଗ୍ରହାଣୁର ଚିତ୍ର ମଧ୍ୟ ଉତ୍ତୋଳନ କରିବ । ଏହାସହ ମୂଲ୍ୟବାନ ଧାତୁ ବିଷୟରେ ତଥ୍ୟ ସଂଗ୍ରହ କରିବା ସହିତ ପୃଥିବୀର ନିଜସ୍ୱ ଧାତବ ଗହ୍ୱର ଏବଂ ଆମ ସୌରମଣ୍ଡଳ ସୃଷ୍ଟିକୁ ନେଇ ଥିବା ମୌଳିକ ପ୍ରଶ୍ନର ଉତ୍ତର ଦେବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି । କିଛି ଗବେଷଙ୍କ ମତରେ ଏହି ଗ୍ରହାଣୁଟି କୌଣସି ଗ୍ରହର ପ୍ରମ୍ଭିକ ବିକାଶର ଅଂଶ ବିଶେଷ ହୋଇପାରେ । ଏହି ରହସ୍ୟ ଉପରୁ ପରଦା ହଟାଇବା ଏବଂ ଏହାର ବୟସ ଚିହ୍ନଟ କରିବା ନାସାର ସାଇକି ମିଶନର ମୁଖ୍ୟ ଉଦ୍ଦେଶ୍ୟ । ଏଥିରୁ ବୈଜ୍ଞାନିକ ମାନେ ସୌରମଣ୍ଡଳର ବୟସ ଓ ଉତ୍ପତିର ସଠିକ ତଥ୍ୟ ମିଳିପାରିବ ବୋଲି ଆଶଙ୍କା କରାଯାଉଛି । ଏହି ମିଶନର ଆଉ ଏକ ଲକ୍ଷ ହେଉଛି ମୌଳିକ ତଥ୍ୟ ସଂରଚନା କରିବା । ଯେଉଁ ତଥ୍ୟ ପ୍ରମ୍ଭିକ ଗ୍ରହିୟ ପିଣ୍ଡଗୁଡିକର ସଂରଚନା ବିଷୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ।
ଅଧିକ ପଢନ୍ତୁ :ପ୍ରତିବର୍ଷ ସେପ୍ଟେମ୍ବର ୧୬କୁ ବିଶ୍ୱ ଓଜୋନ ଦିବସ ରୂପେ ପାଳନ କରାଯାଏ