ଅଷ୍ଟ୍ରେଲିଆର ଜଣେ 28 ବର୍ଷୀୟା ମହିଳା ନିଜ ସମ୍ପୂର୍ଣ୍ଣ ଶରୀର ରେ ଟ୍ୟାଟୁ ବା ଚିତାକାଟି ଚର୍ଚ୍ଚା ରେ ଆସିଛନ୍ତି । ଏହି ମହିଳା ଜଣଙ୍କର ନାମ ହେଉଛି ଅମ୍ବର ଲ୍ୟୁକ । ଅମ୍ବରଙ୍କର 98 ପ୍ରତିଶତ ଶରୀର ବିଭିନ୍ନ ପ୍ରକାର ଚିତାରେ ଭରିଯାଇଛି । ତେବେ ତାଙ୍କୁ ତାଙ୍କର ବିଭାଜିତ ଜିହ୍ୱା ଟ୍ୟାଟୁ ଓ ନୀଳ ଆଖିଡୋଳା ପାଇଁ 2.8 ଲକ୍ଷ ଡଲାର ବା ପାଖାପାଖି 2 କୋଟି 32 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ଲ୍ୟୁକ ହେଉଛନ୍ତି ଅଷ୍ଟ୍ରେଲିଆର ର ଜଣେ ଲୋକପ୍ରିୟ ମଡେଲ । ତେବେ ଏପରି ଶରୀର ସାରା ଟ୍ୟାଟୁ କରି ନାନା ପ୍ରକାର ର ସମାଲୋଚନା ର ଶିକାର ହେବାକୁ ପଡିଥିଲା ଅମ୍ବର ଲ୍ୟୁକଙ୍କୁ । ଏହାର ପ୍ରଭାବ ପାଇଁ ତାଙ୍କୁ ତାଙ୍କ ବୃତ୍ତିଗତ ଜୀବନରେ ମଧ୍ୟ ଅନେକ ସମସ୍ୟା ର ସମାଧାନ କରିବାକୁ ପଡୁଛି। ଏତେ ସବୁ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ଅମ୍ବର ଲ୍ୟୁକ ନିଜ ଏପରି ଅଭିଳାଷ ପୁରଣରେ ସନ୍ତୁଷ୍ଟ ଅଛନ୍ତି । ଇଣ୍ଟରନେଟରେ ଅମ୍ବର ଲ୍ୟୁକ 'ଡ୍ରାଗନ ଗାର୍ଲ' ଭାବେ ସୁପରିଚିତ । ଆଗକୁ ସେ ତାଙ୍କ ଶରୀରର ବାକି ଅଂଶ ବା ଅତି ସମ୍ବେଦନଶୀଳ ସ୍ଥାନରେ ଟ୍ୟାଟୁ କରି ଅଧିକ ରଙ୍ଗିନ କରିବାର ଆଶା ରଖିଛନ୍ତି । ତେବେ ଏହି ଟ୍ୟାଟୁ ଗୁଡିକ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଅର୍ଥ ବହନ କରେ ଏବଂ ତାଙ୍କ ପରିଚିତିକୁ ଆହୁରି ଘନିଷ୍ଠ କରିଥାଏ ବୋଲି ଅମ୍ବର ଲ୍ୟୁକ କହିଛନ୍ତି ।