ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏକ୍ସ ସିଇଓ ଏଲନ୍ ମସ୍କଙ୍କ ମଧ୍ୟରେ ତିକ୍ତତା ଆହୁରି ଘନୀଭୂତ ହେଉଛି । ଏହାରି ମଧ୍ୟରେ ଆମେରିକାରେ ନୂତନ ଦଳର ଆବଶ୍ୟକତା ରହିଥିବା ବଡ଼ ମନ୍ତବ୍ୟ ଦେଇଛନ୍ତି । ଯାହାକି ସାରା ବିଶ୍ୱର ଧ୍ୟାନ ଆକର୍ଷିତ କରିଛି । ତେବେ ମସ୍କ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ସର୍ଭେ କରିଛନ୍ତି । ଯେଉଁ ପୋଲରେ ତାଙ୍କ ନୂତନ ରାଜନୈତିକ ଦଳ ଘୋଷଣାକୁ ୮୦% ଜନତା ସମର୍ଥନ କରିଛନ୍ତି ।
ଏଲନ୍ ମସ୍କ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ପଚାରିଥିଲେ, ଆମେରିକାରେ ଏକ ନୂତନ ରାଜନୈତିକ ଦଳ ତିଆରି ହେବା ଉଚିତ କି ? ଯେଉଁ ପୋଲରେ ଲକ୍ଷାଧିକ ଲୋକ ଭାଗ ନେଇଛନ୍ତି । ମସ୍କ ଏହାର ଫଳାଫଳ ଘୋଷଣା କରିଛନ୍ତି । ତାଙ୍କର ନୂଆ ରାଜନୈତିକ ଦଳ ଘୋଷଣାକୁ ୮୦ ପ୍ରତିଶତ ସମର୍ଥନ ମିଳିଛି । ମସ୍କ ଲେଖିଛନ୍ତି, “ଜନତା ତାଙ୍କର ନିଷ୍ପତ୍ତି ଶୁଣାଇ ସାରିଛନ୍ତି । ଆମେରିକାରେ ଏକ ନୂତନ ଆବଶ୍ୟକତା ରହିଛି । ଯିଏ ୮୦% ଲୋକଙ୍କ ପ୍ରତିନିଧିତ୍ୱ କରିବ ଏବଂ ଠିକ୍ ୮୦% ଲୋକ ଏହାର ସମର୍ଥନ କରିଛନ୍ତି । ଏହାହିଁ ଭାଗ୍ୟ” । ଏହା ସହିତ ଏକ ପୋଷ୍ଟରେ ରାଜନୈତିକ ଦଳର ନାମ ଘୋଷଣା କରି ଦେଇଛନ୍ତି, ଯାହାର ନାମ ରଖିଛନ୍ତି ‘ଦ ଆମେରିକା ପାର୍ଟି’ । ମସ୍କ ଲେଖିଛନ୍ତି ଯେ ତାଙ୍କ ବିନା ଟ୍ରମ୍ପ ନିର୍ବାଚନ ହାରି ଯାଇଥାଆନ୍ତେ । ଏହା ପରେ ବି ଏମିତି ଧୋକା ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଗତକାଲି ମସ୍କଙ୍କ ସହ ସମସ୍ତ ସରକାରୀ ଚୁକ୍ତି ଛିନ୍ନ କରିବାକୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ସେପଟେ ମସ୍କ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ମଧ୍ୟ ଧମକ ଦେଇଛନ୍ତି ।