ଅଷ୍ଟ୍ରେଲିଆର ଏକ ସପିଂ ମଲରେ ଘଟିଛି ଏକ ଅଭାବନୀୟ ଘଟଣା । ମଲରେ ଦୁର୍ବୃତ୍ତ ଲୋକଙ୍କ ଉପରକୁ ଗୁଳିମାଡ଼ ସମେତ ଛୁରାମାଡ କରିଥିଲା । ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ଏକ ସପିଂ ମଲରେ ଲୋକଙ୍କ ପ୍ରବଳ ଗହଳି ହୋଇଥିଲା । ସେହି ସମୟରେ ଜଣେ ଦୁର୍ବୃତ୍ତ ମଲ ମଧ୍ୟକୁ ଆସି ଲୋକଙ୍କ ଉପରକୁ ଗୁଳିମାଡ଼ ସମେତ ଛୁରାମାଡ କରିଥିଲା । ଏହି ସମୟରେ ମଲରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।
ସମସ୍ତେ ଜୀବନ ବଞ୍ଚେଇବା ପାଇଁ ଏଣେତେଣେ ଦୌଡ଼ି ପଳାଇଲେ କିନ୍ତୁ ଏହି ଗୁଳିମାଡ଼ ଓ ଛୁରାମାଡରେ ୪ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । କିଏ ଓ କେଉଁ କାରଣରୁ ଗୁଳିମାଡ଼ କରିଛି ତାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଆଗକୁ ପଢ଼ନ୍ତୁ : ଏଫବିଆଇ ମୋଷ୍ଟ ୱାଣ୍ଟେଡ ତାଲିକାରେ ଜଣେ ଭାରତୀୟ