ୱାଶିଂଟନ: ପଶ୍ଚିମ ଆଲାସ୍କାରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହାର ଭଗ୍ନାବଶେଷ ଶୁକ୍ରବାର ସମୁଦ୍ର ବରଫଖଣ୍ଡରୁ ମିଳିଛି। ଏଥିରେ ବିମାନରେ ଥିବା ସମସ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଆମେରିକୀୟ ତଟରକ୍ଷୀ ବାହିନୀର ମୁଖପାତ୍ର ମାଇକ୍ ସାଲେର୍ନୋ କହିଛନ୍ତି ଯେ ଉଦ୍ଧାରକାରୀମାନେ ହେଲିକପ୍ଟର ଯୋଗେ ଶେଷ ସ୍ଥାନ ଖୋଜିବା ବେଳେ ଭଗ୍ନାବଶେଷ ଦେଖିବାକୁ ମିଳିଥିଲା। ତଦନ୍ତ ପାଇଁ ୨ ଜଣ ଉଦ୍ଧାରକାରୀ ଡାଇଭରଙ୍କୁ ନିୟୋଜିତ କରାଯାଇଥିଲା।
ବେରିଙ୍ଗ ଏୟାରର ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ଟର୍ବୋପ୍ରୋପ୍ ବିମାନ ଗୁରୁବାର ଅପରାହ୍ନ ୨ଟା ୩୭ମିନିଟରେ ଉନାଲାକ୍ଲିଟରୁ ବାହାରିଥିଲା ଏବଂ ଏହାର ଏକ ଘଣ୍ଟାରୁ କମ୍ ସମୟ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେହି ସମୟରେ ତାପମାତ୍ରା ମାଇନସ୍ ୮.୩ ଡିଗ୍ରୀ ସେଲସିୟସ ଥିବା ବେଳେ କୁହୁଡ଼ି ମଧ୍ୟରେ ହାଲୁକା ତୁଷାରପାତ ହୋଇଥିଲା।
ଗତ ୮ ଦିନ ମଧ୍ୟରେ ଆମେରିକାରେ ଏହା ହେଉଛି ତୃତୀୟ ବିମାନ ଦୁର୍ଘଟଣା। ଜାନୁଆରୀ ୨୯ରେ ଦେଶର ରାଜଧାନୀ ନିକଟରେ ଏକ ବାଣିଜ୍ୟିକ ଜେଟ୍ ଲାଇନର ଏକ ସାମରିକ ହେଲିକପ୍ଟର ସହ ଧକ୍କା ହୋଇଥିଲା, ଯେଉଁଥିରେ ୬୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଜାନୁଆରୀ ୩୧ରେ ଫିଲାଡେଲଫିଆରେ ଏକ ମେଡିକାଲ ଟ୍ରାନ୍ସପୋର୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୬ ଜଣ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର ହେଲେ ଉତ୍ତମ ମହାନ୍ତି