ଭାରତରେ ପ୍ରତିବର୍ଷ ୧ କୋଟି ୮୦ ଲକ୍ଷ ଲୋକ ମ୍ୟାଲେରିଆରେ ପୀଡ଼ିତ: WHO
Khabar Odisha:national-around-1-crore-80-lakhs-people-affect-in-malaria-per-year-in-india
ନୂଆଦିଲ୍ଲୀ, ଅପ୍ରେଲ ୨୫ (ଖବର ଓଡ଼ିଶା):

ଆଜି ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ । ୨୦୦୮ ମସିହାଠାରୁ ଅପ୍ରେଲ ୨୫କୁ ମ୍ୟାଲେରିଆ ଦିବସ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଳନ କରି ଆସୁଛି । ଆମ ଦେଶରେ ମ୍ୟାଲେରିଆର ସ୍ଥିତି ଉଦବେଗ ଜନକ ରହିଛି । ଭାରତରେ ପ୍ରତିବର୍ଷ ଏକ କୋଟି ୮୦ ଲକ୍ଷ ଲୋକ ମ୍ୟାଲେରିଆ ରୋଗରେ ପିଡ଼ୀତ ହେଉଛନ୍ତି । ମ୍ୟାଲେରିଆ ରୋଗୀଙ୍କ ମୃତ୍ୟୁ ସଂଖ୍ୟାରେ ୨୦୧୭ରେ ଭାରତ ଦକ୍ଷିଣ ପୂର୍ବ ଏସିଆରେ ପ୍ରଥମ ସ୍ଥାନରେ ରହିଛି । ମ୍ୟାଲେରିଆ ଦିବସ ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି ।

ମ୍ୟାଲେରିଆର ନିରାକରଣ ପାଇଁ ଭାରତ ସରକାର ବହୁତ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୩୦ ସୁଦ୍ଧା ଏହି ରୋଗର ମୂଳୋତ୍ପାଟନ ପାଇଁ ଭାରତ ସରକାର ଯୋଜନା ରଖିଛନ୍ତି । ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା ଓ ମେଘାଳୟରେ ମ୍ୟାଲେରିଆର ସଙ୍ଗୀନ ସ୍ଥିତି । ଏଠାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ଅଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ୨୦୧୭ରେ ବିଶ୍ୱରେ ମୋଟ ୫୦କୋଟି ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାଆନ୍ତି । ଏହା ମଧ୍ୟରୁ ପ୍ରାୟ ୨୭ ଲକ୍ଷ ମୃତ୍ୟୁବରଣ କରିଥାଆନ୍ତି । ମୃତକଙ୍କ ମଧ୍ୟରେ ୫ ବର୍ଷରୁ କମ୍‌ ବୟସ ଶିଶୁ ଅଧିକ ଅଛନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ବିଶ୍ୱ ରାଙ୍କ ଅନୁସାରେ ୬ ପ୍ରତିଶତ ମ୍ୟାଲେରିଆ ରୋଗୀ ଅଛନ୍ତି ।

  • Tags:

Subscribe

National International State Sports Entertainment