ବାୟୁରେ ବ୍ୟାପୁଛି କରୋନା ଭୁତାଣୁ- ମେଡିକାଲ ଜର୍ଣ୍ଣାଲ ଲାନ୍ସେଟ
Khabar Odisha:lancet-allert-on-airborn-transmissionnof-coronavirus

ନୁଆଦିଲ୍ଲୀ,୧୬ଏପ୍ରିଲ(ଖବର ଓଡିଶା); ବାୟୁରେ ବ୍ୟାପୁଛି କରୋନାର ଦ୍ୱିତ୍ୱୀୟ ଲହର । କରୋନାର ପ୍ରଥମ ଲହରରେ ବିଭିନ୍ନ ଦେଶ ଲକ୍‌ଡେଉନ୍ ବା ସଟ୍‌ଡାଉନରେ ଥିଲା ବେଳେ ଏବେ କରୋନାର ଦ୍ୱିତ୍ୱୀୟ ଲହର ରେ ପ୍ରଥମ ଲହରରେ ହାସଲ କରିଥିବା ଶିକ୍ଷକୁ ଉପେଯାଗ କରି ଦ୍ୱିତ୍ୱୀୟ ଲହର ସହିତ ମୁକାବିଲା କରୁଛନ୍ତି । ତେବେ ପ୍ରଥମ ଲହର ଅପେକ୍ଷା ଦ୍ୱିତ୍ୱୀୟ ଲହରେ କୋରୋନାଭାଇରସ୍ ଆହୁରି ଶକ୍ତିଶାଳି ହୋଇ ବାୟୁରେ ବ୍ୟାପୁଥିବା ଗବେଶଣା ପରେ ଜଣାପଡିଥିବା ଲାନ୍ସେଟ କହିଛି ।

ବ୍ରିଟେନ, କାନାଡା, ଇଂଲଣ୍ଡ ର ୬ଜଣ ବିଶେଷଜ୍ଞ ମାନଙ୍କ ଦ୍ୱାରା ଏହି ଅଧ୍ୟୟନ ହୋଇଥିଲା । ତେବେ ଏହି ବିଶେଷଜ୍ଞଙ୍କ କହିବା ମୁତାବକ କୋଭିଡ-୧୯ ଭୁତାଣୁ ମୁଖ୍ୟତ ବାୟୁରେ ସଂକ୍ରମଣ ହେଉଥିଲା ବେଳେ ଏହାକୁ ନିୟନ୍ତ୍ରନ କରିବା ସମ୍ବବପର ନୁହେଁ ବୋଲି ଏହି ବିଶେଷଜ୍ଞ ଦଳ କହିଛନ୍ତି । ଏହି ଗବେଶଣା ଅନୁଯାଇ ଡ୍ରପଲେଟ ଅପେକ୍ଷା ବାୟୁଦ୍ୱାରା ସଂକ୍ରମଣ ଅଧିକ ବିଶ୍ୱସନିୟ ବୋଲି କହିଛନ୍ତି । ଏହି ଗବେଶଣାରେ ଅନେକ ସଂକ୍ରମିତ ବ୍ୟକ୍ତିଙ୍କୁ ନେଇ ହୋଇଥିବା ଏହି ପରିକ୍ଷଣରେ ଜଣା ପଡିଛି । 

ଏହି ଗବେଶଣାର ତଥ୍ୟ ଆଦି ଉପଯାଗ କରି ହୁ ଆଦି ସଂସ୍ଥା ଗ୍ରହଣ କରି ଏହାକୁ କିପରି ରୋକା ଯାଇ ପାରିବ ସେଥିପ୍ରତି ପଦେକ୍ଷପ ନିଅନ୍ତୁ । ଯାହା ଏହି କରୋନା ସଂକ୍ରମଣକୁ ରୋକି ପାରିବ ।

  • Tags:

Subscribe

National International State Sports Entertainment