ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରିବା ବିପଦଜନକ, ହାଇଦ୍ରାବାଦ୍‌ର ୭୯ ପ୍ରତିଶତ ଲୋକଙ୍କୁ ଇନ୍ସାମ୍ନିୟା: ସର୍ଭେ
Khabar Odisha:health-Odisha-large-number-of-people-in-hyderabad-suffering-from-insomnia
ହାଇଦ୍ରାବାଦ, ମାର୍ଚ୍ଚ ୨୭(ଖବର ଓଡିଶା):

ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବ୍ୟବହାର , ଭୁଲ ଲାଇଫ୍‌ଷ୍ଟାଇଲ ଓ ଚିନ୍ତାର କାରଣ ପାଇଁ ହାଇଦ୍ରାବାଦର ପାଖାପାଖି ୭୯ ପ୍ରତିଶତ ଲୋକ ଅନିଦ୍ରା ରୋଗରେ ପୀଡିତ । ଏକ ପ୍ରଇଭେଟ କମ୍ପାନୀ ଦ୍ୱାରା ହାଇଦ୍ରାବାଦ୍ ସମେତ ଦେଶର ପ୍ରମୁଖ ସହରଗୁଡିକରେ କରାଯାଇଥିବା ଏକ ସର୍ଭେରେ ଏହି ବିଷୟରେ ଜଣାପଡିଛି କି ବଡ ସହରଗୁଡିକର ଅଧିକାଂଶ ଲୋକ (ପାଖାପାଖି ୨ ଭାଗରୁ ୩ ଭାଗ) ଇନ୍ସାମ୍ନିୟା ମାନେ ଅନିଦ୍ରା ପାଇଁ ଚିନ୍ତିତ ଅଛନ୍ତି । ଅନ୍ୟପଟେ ଏହି ଚିନ୍ତା ପାଇଁ ଇଲେକ୍ଟ୍ରୋନିକ ସାମଗ୍ରୀ ଖାସ୍‌କରି ମୋବାଇଲ ବ୍ୟବହାରକୁ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । 

Wakefit.co ଦ୍ୱାରା ହାଇଦ୍ରାବାଦରେ କରାଯାଇଥିବା ସର୍ଭେ ପରେ ଅନିଦ୍ରା ରୋଗରେ ଚିନ୍ତିତ ଥିବା ଲୋକଙ୍କ ସହିତ ଜଡିତ ଥିବା କିଛି ଡାଟା ଜାରି କରାଯାଇଛି । ସର୍ଭେ ରିପୋର୍ଟରେ କୁହାଯାଇଛି କି , ହାଇଦ୍ରାବାଦର ପାଖାପାଖି ୭୯ ପ୍ରତିଶତ ଲୋକ ଇନ୍ସାମ୍ନିୟା ରୋଗରେ ପୀଡିତ । ସର୍ଭେ ଅନୁଯାୟୀ ହାଇଦ୍ରାବାଦ୍‌ର ୪୮ ପ୍ରତିଶତ ଲୋକ ରାତି ୧୧ ରୁ ରାତି ୧ ମଧ୍ୟରେ ଶୁଅନ୍ତି ଏବଂ ଏଥିରୁ ଅଧିକାଂଶ ସୋଇବା ସମୟରେ ନିଜର ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି । ଏହା ବ୍ୟତୀତ ୨୫ ପ୍ରତିଶତ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ମାତ୍ର ୭ ଘଣ୍ଟା ହିଁ ଶୋଇପାରୁଛନ୍ତି । 

ସର୍ଭେରେ ୯୦ ପ୍ରତିଶତରୁ ଅଧିକ ଲୋକ ଏହା ମାନନ୍ତି କି ସେମାନେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରନ୍ତି । ସର୍ଭେ କରିଥିବା କମ୍ପାନୀର ସଂସ୍ଥାପକଙ୍କ କହିବା ଅନୁଯାୟୀ ଅନିଦ୍ରା ରୋଗ ଆଜିର ଦିନରେ ବଡ ସହରରେ ରହୁଥିବା ଏକ ସାଧାରଣ ସମସ୍ୟା ହୋଇସାରିଛି । ଏହି କାରଣରୁ ଲୋକମାନଙ୍କୁ ଉଚ୍ଚ ରକ୍ତଚାପ ଭଳି ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡିପାରେ । 

Subscribe

National International State Sports Entertainment