ରାଜ୍ୟରେ ବର୍ତମାନ ଆଖି ଧାରା ରୋଗ(କଞ୍ଜୁକ୍ଟିଭିଟିସ୍) ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି । ଭୁବନେଶ୍ବର, କଟକ ସମେତ ଯାଜପୁର, ବାଲେଶ୍ବର ସମେତ ଅନ୍ୟ ଜିଲ୍ଲାରେ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି । ଭୟରେ ଲୋକମାନେ ହସ୍ପିଟାଲରେ ଭିଡ଼ ଜମାଉଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ରୋଗ ମାଡ଼ିଚାଲିଛି । ଏବେ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ପ୍ରତିବର୍ଷ ଋତୁ ପରିବର୍ତ୍ତନ ହେବା ପରେ ଏହି ଆଖି ଧରା ରୋଗ ହୋଇଥାଏ। ଚଳିତବର୍ଷ ଏହାର ମାତ୍ରା ଅଧିକ ରହିଛି। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବଶୀଘ୍ର ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରୁଛି। ଭୁବନେଶ୍ବରରେ ପ୍ରାୟ ୩୦-୪୦ ପ୍ରତିଶତ ଲୋକ ଏହାର ଶିକାର ଥିବା ଜଣାପଡ଼ିଛି । ତେଣୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନ ଜାରି ।