ଡେଲଟା ଭ୍ୟାରିଏଣ୍ଟ ଉପରେ ୬୬% ପ୍ରଭାବୀ ଟ୍ରିପଲ ଡୋଜ୍ ଟୀକା ‘ଜାଇକୋଭ୍‌-ଡି’
Khabar Odisha:Zycov-D-will-66-Effective-against-Delta-Variant-Of-Corona

ନୂଆଦିଲ୍ଲୀ, ଅଗଷ୍ଟ ୨୧(ଖବର ଓଡ଼ିଶା): ପୁରା ଦେଶରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଜାରି ରହିଛି । ଦ୍ୱିତୀୟ ଲହରର ମୁଖ୍ୟ କାରଣ କୁହାଯାଉଥିବା ଡେଲଟା ଭ୍ୟାରିଏଣ୍ଟ ଉପରେ କେଉଁ ଟୀକା କେତେ ପ୍ରଭାବୀ ତାକୁ ନେଇ ଏବେବି ଗବେଷଣା ଜାରି ରହିଛି ।

ଏପଟେ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଷଷ୍ଠ ଟୀକା ଭାବରେ ଜାଇଡର କାଡିଲାର ‘ଜାଇକୋଭ୍‌-ଡି’ କୁ ଭାରତ ସରକାର ଅନୁମତି ଦେବା ପରେ ଏହାର ଇଫିକେସିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଗତ କାଲି ଏହି ଟୀକାକୁ ଅନୁମତି ମିଳିଥିବା ବେଳେ ଏହାର ବିଶ୍ୱର ପ୍ରଥମ ଟ୍ରିପଲ ଡୋଜ୍ ଟୀକା ଭାବରେ ବଜାରକୁ ଆସିବାକୁ ଯାଉଛି । ସବୁଠାରୁ ବଡ଼ କଥା ହେଲା ଏହି ଟୀକା ୧୨ ବର୍ଷରୁ ଉର୍ଦ୍ଧ୍ୱ ପିଲା ମାନଙ୍କୁ ମଧ୍ୟ ଦିଆଯାଇପାରିବ ।

ଯାହା ଏକ ବଡ଼ ଆସ୍ୱସ୍ଥ ଆଣିଥିଲା ଯେତେବେଳେ ୧୮ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଟୀକା ଆସିବାର ଖବର ସାମ୍ନାକୁ ଆସିଥିଲା । ମାତ୍ର ଏହା କିଛି କାଂଶରେ ଏବେ ନିରାଶ ଜନକ ହୋଇପଡିଛି ।

ସୂଚନା ଅନୁସାରେ କରୋନାର ସବୁଠାରୁ ଭୟଙ୍କର ରୂପ କୁହାଯାଉଥିବା ଡେଲଟା ଭ୍ୟାରିଏଣ୍ଟ ଉପରେ ଏହି ଟୀକା ମାତ୍ର ୬୬ ପ୍ରତିଶତ ପ୍ରଭାବୀ ବୋଲି ଜଣାପଡିଛି । ଯାହା ଏହି ଟୀକା ପାଇଁ ଥିବା ଉତ୍ସାହ ସାମାନ୍ୟ କମାଇଦେଇଛି ।

ବିଶେଷଜ୍ଞଙ୍କ ମତରେ ଏବେ ଏମିତି ଟୀକା ଉପଲବ୍ଧ ହେବା ଉଚିତ୍ ଯେଉଁ ଟୀକା ଡେଲଟା ଭ୍ୟାରିଏଣ୍ଟ ଉପରେ ଅଧିକ ପ୍ରଭାବୀ ସାବ୍ୟସ୍ଥ ହେଉଥିବ । କାରଣ ଏବେ ଦେଶରେ ତୃତୀୟ ଏହର ଭୟ ବଢିଛି ଆଉ ସବୁଠାରୁ ବେଶି ଭୟ ଛୋଟ ପିଲାଙ୍କ ପାଇଁ ଥିବା ବେଳେ ଏହି ଟିକା ଛୋଟ ପିଲାଙ୍କୁ କରୋନା ଠାରୁ କେତେ ରକ୍ଷା କରିପାରିବ ତାହା ଆଶଙ୍କାରେ ।

  • Tags:

Subscribe

National International State Sports Entertainment