ବର୍ତମାନର ମଣିଷ ଚାଁହୁଛି ତାର ବେସ୍ତ ବହୁଳ ଜୀବନ ଭିତରୁ ଟିକେ ସମୟ ବାହାର କରି ନିଜ ସ୍ୱାସ୍ଥ୍ୟ ପାଇଁ ଟିକେ ସମୟ ଦେବ ନିଜକୁ ସୁସ୍ଥ ରଖିବ । ଆଜି ଆମେ ଆପଣଙ୍କୁ ଟିପ୍ସ ଦେବୁ ଯାହାକୁ ଖାଇଲେ କମିଯିବ ଡାଇବେଟିସ୍ ବ୍ଲଡପ୍ରେସର ଓ ତା ସହିତ ପାଖ ମାଡ଼ିପାରିବ ନାହିଁ କଲେଷ୍ଟ୍ରଲ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗ ।
ଆମେ ଆପଣଙ୍କୁ ଯେଉଁ ଚମତ୍କାରୀ ଜିନିଷ ବିଷୟରେ କହୁଛୁ, ତାହା ହେଉଛି କିସ୍ମିସ୍ ଓ ଏହାର ପାଣି । ଏହାକୁ ରାତିରେ ଭିଜାଇ ସକାଳୁ ଖାଇଲେ ବହୁତ ଭଲ ଲାଭ ମିଳିଥାଏ । ତେବେ ଏଥିରୁ କିଭଳି ଫାଇଦା ମିଳିଥାଏ ।କିସ୍ମିସ୍ରେ ଆଇରନ୍, କ୍ୟାଲ୍ସିୟମ, ଫାଇବରର ମାତ୍ରା ଅଧିକ ଥାଏ ।ଏହା ଆମ ଶରୀରକୁ ଅନେକ ଉପକାର ଯୋଗାଇ ଥାଏ । କିସମିସ୍ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ପ୍ରାୟ ଦୁଇଗୁଣା କରିଦିଏ ବୋଲି ବିଶେଷଜ୍ଞ କହି ଆସିଛନ୍ତି । ଏହା ଅନେକ ରୋଗଠାରୁ ଆମକୁ ଦୁରେଇ ରଖିଥାଏ ।