ଖବର ଓଡିଶା : 19/01/2023
ବିଦେଶରେ କରୋନା ସ୍ଥିତିକୁ ଦେଖି ଆଜିଠୁ ପୁଣିଥରେ ରାଜ୍ୟରେ ଆରମ୍ଭ ହେବ କୋଭିଡ ଟୀକାକରଣ ଅଭିଯାନ | ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ସିଏଚସି, ପିଏଚସିକୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଭ୍ୟାକସିନ୍ ଦିଆଯିବ। ଯେଉଁମାନେ ଦ୍ବିତୀୟ ଓ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି ସେମାନେ ଏହି ଟିକା ନେଇପାରିବେ। ଏଥିପାଇଁ ହିତାଧିକାରୀ ଉଭୟ ଅଫଲାଇନ ଓ ଅନଲାଇନରେ ପଞ୍ଜିକରଣ କରି ଟିକା ନେଇ ପାରିବେ । କେବଳ କୋଭିସିଲଡ ଟିକା ନେଇଥିବା ହିତାଧିକାରୀ ଟିକା ନେଇ ନେଇପାରିବେ । ପୁରୁଣା ଗାଇଡଲାଇନ ଅନୁସାରେ ହିତାଧିକାରୀମାନେ ଦ୍ୱିତୀୟ ଓ ପ୍ରିକସନ ଡୋଜ ମାଗଣାରେ ନେଇପାରିବେ । ବର୍ତ୍ତମାନ ସୁଦ୍ଧା ମାତ୍ର 40 ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। ଏବେ ସଂକ୍ରମଣ ବଢୁଥିବାରୁ ସମସ୍ତେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ମଙ୍ଗଳବାର କେନ୍ଦ୍ର ସରକାର 1 ଲକ୍ଷ କୋଭିସିଲଡ ଟିକା ଓଡିଶାକୁ ପଠାଇଛନ୍ତି । ଟିକା ଆସିବା ପରେ ବିଭିନ୍ନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟିକା ପଠାଯାଇଛି । ସେପଟେ କୋଭାକ୍ସିନ ଟିକା ଆସିବା ପରେ କୋଭାକ୍ସିନ ଟିକା ନେଇଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନାର ଚତୁର୍ଥ ଲହର ଆସିବା ଆଶଙ୍କା କରାଯାଉଛି ।