କେନ୍ଦ୍ର କ୍ୟାବିନେଟ୍ ର ବଡ଼ ନିଷ୍ପତି, ଏଣିକି ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ କରୋନା ଟୀକା
Khabar Odisha:The-big-decision-of-the-Central-Cabinet-is-that-the-vaccine-will-be-given-to-people-over-the-age-of-45

ନୂଆଦିଲ୍ଲୀ, ମାର୍ଚ୍ଚ ୨୩ (ଖବର ଓଡ଼ିଶା): କରୋନାର କହର କୁ ଦୃଷ୍ଟିରେ ରଖି ଭାରତ ବିଶ୍ୱରେ ସବୁଠାରୁ ବଡ଼ ଭ୍ୟାକ୍ସିନେସନ୍ ଡ୍ରାଇଭ୍ ଆରମ୍ଭ କରିଛି ଏବଂ ବର୍ତମାନ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସମୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଏଣିକି ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟୀକା । 

ପୂର୍ବରୁ ବହୁବିଧ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମିଳୁଥିଲା କରୋନା ଟୀକା । କିନ୍ତୁ ବର୍ତମାନ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବର୍ଗକୁ ଦିଆଯିବ କରୋନା ଟୀକା । ଏନେଇ କେନ୍ଦ୍ର କ୍ୟାବିନେଟ୍ ରେ ନିଷ୍ପତି ହୋଇଛି ।

 

ଟୀକା ନେବା ପାଇଁ ୪୫ ବର୍ଷର ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ନାମ ପଞ୍ଜିକରଣ କରାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ଆସନ୍ତା ଏପ୍ରିଲ ୧ ରୁ ପୁରା ଦେଶରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟୀକା ।

ଦେଶରେ ପୁଣି କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବା ଦେଖି କେନ୍ଦ୍ର ସରକାର କୋଭିଡ୍ ଟୀକା ନିୟମରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ କେବଳ ସ୍ୱାସ୍ଥ୍ୟକର୍ମୀ , ଆଗଧାଡିର ଯୋଦ୍ଧା ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସାମୁହିକ ଭାବରେ ଟୀକା ଦିଆଯାଉଥିଲା । ମାତ୍ର ଏବେ ଏହି ନିୟମରେ ପରିବର୍ତ୍ତନ ହୋଇ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ କରୋନା ଟୀକା ଦିଆଯିବା ନେଇ ନିଷ୍ପତି ହୋଇଛି ।

  • Tags:

Subscribe

National International State Sports Entertainment