ତ୍ୱଚାରୁ ଜଣାପଡେ ସ୍ତନ କର୍କଟର ଲକ୍ଷଣ । ସ୍ୱାସ୍ଥ୍ୟ ହେଉଛି ଆମର ପ୍ରକୃତ ସମ୍ପତ୍ତି । ସ୍ୱାସ୍ଥ୍ୟ କୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ପ୍ରୟାସ କରିଥାନ୍ତି । ତେବେ ମହିଳା ସ୍ୱାସ୍ଥ୍ୟ ଅର୍ଥାତ୍ ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟ, ଯାହାକି ପୁରୁଷମାନଙ୍କଠାରୁ ଅନେକ କ୍ଷେତ୍ରରେ ଅଲଗା । ମହିଳା ମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । କର୍କଟ ରୋଗ ଏକ ମାରାତ୍ମକ ରୋଗ । ଯାହା ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ । ଶରୀରର ବିଭିନ୍ନ ଅଙ୍ଗରେ କର୍କଟ ରୋଗ ହୋଇଥାଏ । ବିଶେଷକରି ମହିଳାଙ୍କଠାରେ ବଢୁଥିବା କର୍କଟ ମଧ୍ୟରେ ଆଗରେ ରହିଛି ସ୍ତନ କର୍କଟ । ତେବେ ଆଜି ଆଜି ଆମେ ଜାଣିବା ସ୍ତନ କର୍କଟ ପ୍ରଭାବରେ ତ୍ୱଚାରେ କିପରି ପରିବର୍ତ୍ତନ ଆସିଥାଏ । ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ଯାହା ପ୍ରାୟ ମହିଳାଙ୍କୁ ପ୍ରଭାବିତ କରିଥାଏ। ବ୍ରେଷ୍ଟ କ୍ୟାନସରରେ ପୀଡିତ କିଛି ମହିଳା ଲୋକ ଲଜ୍ଜା ପାଇଁ ନିଜ ଜୀବନକୁ ହାରି ଦିଅନ୍ତି । ବର୍ତ୍ତମାନ ସମୟରେ ସ୍ତନ କର୍କଟ ବିଶ୍ୱବାସୀଙ୍କୁ ସବୁଠାରୁ ବେଶି ପ୍ରଭାବିତ କରୁଥିବା ରୋଗ। ଯଦି ପ୍ରାରମ୍ଭିକ ପର୍ଯାୟରୁ ଏହାର ସଠିକ ଚିକିତ୍ସା କରାଯାଏ ତେବେ ସୁସ୍ଥ ହେବାର ସମ୍ଭାବନା ରହିଛି ।
କିଛି ଲୋକ ଏହି ରାଗର ସଠିକ ଭାବେ ଚିକିତ୍ସା କରୁନାହାନ୍ତି । ଯାହାଫଳରେ ଏହା ଅନ୍ୟ ଅଙ୍ଗକୁ ସଂପ୍ରସାରିତ ହୋଇ ସହ ଘାତକ ସାଜୁଛି । ଆପଣମାନେ ଜାଣିଥିବେ ଆମ ଶରୀରରେ ଯେକୌଣସି ରୋଗ ରୋଗ ହେଲେ ତାହା ତ୍ୱଚାରେ ପ୍ରଭାବ ପକାଇଥାଏ । ସେହିପରି ସ୍ତନ କର୍କଟର ଅନେକ ଲକ୍ଷଣ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ । ଯାହାଦ୍ୱାରା ସ୍ତନ କର୍କଟ ରୋଗକୁ ଚିହ୍ନଟ କରାଯିବ। ଯେତେବେଳେ ଏହି ରୋଗ ଆରମ୍ଭ ହୋଇଥାଏ ସେତେବେଳେ ସ୍ତନ ଆଖପାଖ ତ୍ବଚାରେ ପରିବର୍ତ୍ତନ ଆସିଥାଏ । ତେବେ ଅପମାନେ ଯଦି ସ୍ତନ ଆଖପାଖ ତ୍ବଚାରେ କିଛି ପରିବର୍ତ୍ତନ ଦେଖୁଛନ୍ତି ତେବେ ଅଣଦେଖା କରନ୍ତୁ ନାହିଁ ।
ସେହି ଲକ୍ଷଣ ଗୁଡିକ ହେଉଛି :- ସ୍ତନ କର୍କଟ ରୋଗରେ ସ୍ତନ ତ୍ବଚାରେ ଡିମ୍ପଲ ଆସିବା ଅର୍ଥାତ ସ୍ତନରେ ଥିବା ଲିମ୍ଫ ଭେସେଲ୍ଫଗୁଡିକ ବୃକ୍ ହୋଇଯାଇଥାଏ। ଫଳରେ ସ୍ତନରେ ପ୍ରଦାହ ହୋଇଥାଏ। ଏହାବ୍ୟତୀତ ତ୍ବଚାର କିଛି ଅଂଶରେ କମଳା ଚୋପା ପରି ଛୋଟ ଛୋଟ କଣା ଦେଖିବାକୁ ମିଳିଥାଏ।
ତ୍ବଚାରେ ଦାନା ବା ଲାଲ୍ ଦେଖାଯିବା:-ସ୍ତନର ନିପଲ୍ ଆଖପାଖରେ ଏଜଜିମା ପରି ଦାନା ବା ଅତ୍ୟଧିକ ଲାଲ୍ ଦେଖାଯାଇଥାଏ । ଏହା ସ୍ତନକର୍କଟର ବଡ଼ ଲକ୍ଷଣ। ବିଶେଷଜ୍ଞଙ୍କ ମତରେ ଏହା ପଗେଟ୍ ରୋଗ ସହ କର୍କଟର ମଧ୍ୟ ଲକ୍ଷଣ ହୋଇଥାଏ। ଅବଶ୍ୟ ଏହାର କାରଣ ଅସ୍ପଷ୍ଟ। ପଗେଟ୍ ରୋଗ ଯୋଗୁ ମଧ୍ୟ ସ୍ଥନ ପାଖରେ ଏହି ରୋଗର ଲକ୍ଷଣ ଦେଖା ଦେଇଥାଏ।
ସ୍ତନରେ ଯନ୍ତ୍ରଣା, ଲାଲ୍ ଦେଖାଯିବା:- ଇନ୍ଫ୍ଲାମେଟୋରା ବ୍ରେଷ୍ଟ କ୍ୟାନସର୍ କମ୍ ଲୋକଙ୍କଠାରେ ହେଉଥିବା ବେଳେ ଖୁବ୍ ତୀବ୍ର ବେଗରେ ବଢ଼ୁଥିବା କର୍କଟ ମଧ୍ୟରୁ ଅନ୍ୟତମ, ଯାହାର ତ୍ବଚା ଉପରେ ଅନେକ ଲକ୍ଷଣ ଦେଖାଯାଇଥାଏ। ଏହି କର୍କଟ ହେଲେ ସ୍ତନ ଲାଲ୍ ଦେଖାଯିବା, ଫୁଲିବା, ଯନ୍ତ୍ରଣା ହେବା ସହ ସଂପ୍ରସାରିତ ହୋଇଥାଏ । ସେହିପରି ସ୍ତନ ତ୍ୱଚାର ଆକୃତିରେ ମଧ୍ୟ ପରିବର୍ତ୍ତନ ଆସି କମଳା ଚୋପା ପରି ଦେଖାଯାଇଥାଏ। ଏହାବ୍ୟତୀତ ସ୍ତନ ତ୍ବଚାର ରଙ୍ଗ ପରିବର୍ତ୍ତିତ ହୋଇ ଲାଲ୍, ଗୋଲାପି ବା ବାଇଗଣୀ ହୋଇଯାଇଥାଏ। ସେହିପରି ସ୍ତନ କୁଣ୍ଡାଇହେବା, କଠୋର ବା କୋମଳ ଲାଗିବା, ଯନ୍ତ୍ରଣା ହେବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ ।