ନୂଆଦିଲ୍ଲୀ, ଡିସେମ୍ବର ୩୦(ଖବର ଓଡ଼ିଶା): ଓମିକ୍ରନ୍ ଭୟାବହତା ମଧ୍ୟରେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ପାଇଁ ଅନୁମତି ଦେଇଥିବା ବେଳେ ଆସନ୍ତା ଜାନୁଆରୀ ୧୦ରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ବୁଷ୍ଟର ଡୋଜ୍ ଟିକାକରଣ ବା ପ୍ରିକସନାରୀ ଭ୍ୟାକ୍ସିନେସନ୍ ।
ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀ, ବହୁବିଧ ରୋଗରେ ପିଡୀତ ବୟସ୍କ ଲୋକ ଓ ଯେଉଁମାନେ ସିଧାସଳଖ କରୋନା ରୋଗୀଙ୍କ ସଂଷ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ ।
ତେବେ ଆସନ୍ତା ଜାନୁଆରୀ ୧୦ରୁ ପୁରା ଦେଶରେ ବରିଷ୍ଠ ନାଗରିକ ମାନଙ୍କ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଯେଉଁମାନେ ବୁଷ୍ଟର ଡୋଜ୍ ନେବା ପାଇଁ ଯୋଗ୍ୟ ସେମାନଙ୍କ ମୋବାଇଲ ନମ୍ବରକୁ ଏସଏମଏସ୍ ଜରିଆରେ ସୂଚନା ପଠାଯିବ ବୋଲି ଆଜି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।