Khabar Odisha:14/04/2023
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ସ ଗୁଆହାଟୀର ଉଦଘାଟନ କରିଛନ୍ତି । ୨୦୧୭ରେ ପିଏମ୍ ମୋଦି ଏହି ଏମ୍ସର ଆଧାରଶିଳା ରଖିଥିବା ବେଳେ ୧୧୨୦ କୋଟି ଟଙ୍କ ବିନିମୟରେ ଏହାକୁ ନିର୍ମାଣ କରାଯାଇଛି । ଉତ୍ତର ପୂର୍ବ ଲୋକଙ୍କୁ ଏହି ଏମ୍ସ ଯୋଗୁଁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ମିଳିବ । ଏହା ବ୍ୟତୀତ ପିଏମ ଦେଶକୁ ୫୦୦ ବେଡ୍ ବିଶିଷ୍ଟ ନଲବାଡ଼ି ମେଡିକାଲ କଲେଜ, ନାଗାଓଁ ମେଡିକାଲ କଲେଜ ଓ କୋକରାଝର ମେଡିକାଲର ମଧ୍ୟ ଉଦଘାଟନ କରିଛନ୍ତି ।
ଏଥିସହ ପିଏମ ୧୪ ହଜାର ୩୦୦ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ପିଏମ୍ ଆପକେ ଦ୍ଵାର ଆୟୁଷ୍ମାନ' ଅଭିଯାନର ଶୁଭାରମ୍ଭ କରିବେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଏକ ବିଶାଳ ବିହୁ ନୃତ୍ୟ ଦେଖିବେ, ଯେଉଁଥିରେ 10 ହଜାରରୁ ଅଧିକ କଳାକାର ଅଂଶଗ୍ରହଣ କରିବେ। ଯାହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇବ।