ପୁଣି ବଢିଲାଣି R-Value , ତୃତୀୟ ଲହର ଆଶଙ୍କା
Khabar Odisha:Increased-R-Value-risk-ahead-of-third-wave

ନୂଆଦିଲ୍ଲୀ, ସେପ୍ଟେମ୍ବର ୫ (ଖବର ଓଡ଼ିଶା): ଦେଶରେ ଏବେବି କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଜାରି ରହିଛି ମାତ୍ର ଏବେ ଧିରେ ଧିରେ ତୃତୀୟ ଲହର ଆଶଙ୍କା ଘନେଇଲାଣି । ଏବେ ପୁଣି ଥରେ ଦେଶରେ ଉପର ମୁହାଁ ହୋଇଛି ଆର-ଭ୍ୟାଲୁ ।

ସୂଚନା ଅନୂସାରେ ଜୁଲାଇ ମାସ ଶେଷ ବେଳେକୁ ଦେଶରେ ଆର-ଭ୍ୟାଲୁ ୦.୮୯ ପ୍ରତିଶତ ରହିଥିବା ବେଳେ ଏହି ହାର ଅଗଷ୍ଟରେ ବୃଦ୍ଧି ପାଇ ଅଗଷ୍ଟ ଶେଷ ସୁଦ୍ଧା ୧. ୧୭ରେ ପହଞ୍ଚିଛି ବୋଲି ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ମ୍ୟାଥମେଟିକାଲ ସାଇନ୍ସ ଚେନ୍ନାଇର ଗବେଷକ ମାନେ ରିପୋର୍ଟ ଦେଇଛନ୍ତି ।

ତେବେ ଗୋଟିଏ ମାସ ମଧ୍ୟରେ ଏଭଳି ଭାବରେ ଆର-ଭ୍ୟାଲୁ ବୃଦ୍ଧି ପାଇବା ବର୍ତ୍ତମାନ ସବୁଠାରୁ ବଡ ଚିନ୍ତାଜନକ ବିଷୟ ପାଲଟିଛି । ଜଣେ ଲୋକ ନିଜେ ସଂକ୍ରମିତ ହେବା ପରେ ଆଉ କେତେ ଜଣଙ୍କୁ ସଂକ୍ରମିତ କରୁଛି ତାହା ସ୍ପଷ୍ଟ କରିଥାଏ ଆର-ଭ୍ୟାଲୁ । 

ଯେଉଁ ଯାଗାରେ ଆର-ଭ୍ୟାଲୁ ଯେତେ ଅଧିକ ରହିଥାଏ ସେହି ଅଞ୍ଚଳରେ ସଂକ୍ରମଣ ହାର ସେତେ ଅଧିକ ରହିଥାଏ । ତେଣୁ ଦେଶରେ ଆର-ଭ୍ୟାଲୁ ବୃଦ୍ଧି ପାଇବା ପରେ ଏବେ ତୃତୀୟ ଲହର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି ।

  • Tags:

Subscribe

National International State Sports Entertainment