ଆଇଏଏସ୍ ଅଫିସରରୁ ଅଭୀନେତା ସାଜିଥିବା ଅଭିଷେକ ସିଂ, ଅକ୍ସିଜେନ ଏବଂ ପ୍ଲାଜମା ଦାନ ପାଇଁ ଲଞ୍ଚ କଲେ ୱେବସାଇଟ୍ ଏବଂ ଆପ୍
Khabar Odisha:IAS-officer-cum-actor-Abhishek-Singh-has-launched-a-website-and-app-for-plasma-donation-as-well-as-oxygen-taxi-services-amid-COVID19-pandemic

 

 ନୁଆଦିଲ୍ଲୀ, ମେ୧୪(ଖବର ଓଡିଶା); ଆଇଏଏସ୍ ଅଫିସରରୁ ଅଭିନେତା ବନିିିଥିବା ଅଭିଷେକ ସିଂ କରୋନା ମହାମାରୀ ସମୟରେ ଅକ୍ସିଜେନ ଏବଂ ପ୍ଲାଜମା ଅଭାର ସମ୍ମୁଖିନ ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ କରିବା ଲାଗି ଏକ ଅକ୍ସିଜେନ ଟ୍ୟାକ୍ସି ସହିତ ଲୋକ ମାନଙ୍କୁ ସହଜରେ କିପରି ଅକ୍ସିଜେନ ଏବଂ ପ୍ଲାଜମା ମିଳିପାରିବ ସେଥିପାଇଁ ଏକ ୱେବସାଇଟ୍ ଏବଂ ଆପ୍ ଲଞ୍ଚ କରିଛନ୍ତି । 

ତେବେ ଏହି ଆପ୍ ଜରିଆରେ ଆପଣଙ୍କୁ ଏକ ପୃଷ୍ଠାର ଫର୍ମ, ଆପଣଙ୍କୁ ସବିଶେଷ ତଥ୍ୟ ପୁରଣ କରିବାକୁ ପଡିବ । ଏହି ଆପ୍ ରେ ଅକ୍ସିଜେନ ଏବଂ ପ୍ଲାଜମା ଦରକାର ବ୍ୟକ୍ତ ମାନେ ତାଙ୍କର ଲୋକେସନ୍ ଅନୁଯାଇ ତାଙ୍କର ନିକଟବର୍ତ୍ତୀ ଦାତାଙ୍କର ଲୋକେସନ୍ ଜାଣିପାରିବେ ଏବଂ ସେହି ଦାତାଙ୍କ ଉପରେ ଏକ କ୍ଲିକ କଲେ ତାଙ୍କ ନିକଟରେ ସେ ପହଁଚି ପାରିବେ । 

ଏହି ଆପ୍ ଜରିଆରେ ଆବେଦନ କରିଥିବା ବ୍ୟକ୍ତଙ୍କ ନିକଟରେ ଅକ୍ସିଜେନ ସିଲିଣ୍ଟର ପହଁଚାଇବା ପାଇଁ ଏହି ପଦକ୍ଷେପ ନେଇଥିବା ସେ କହିଛନ୍ତି । ଆମେ ସେମାନଙ୍କର ଅକ୍ସିଜେନର ସ୍ତର ଏବଂ ଡାକ୍ତରଙ୍କ ପ୍ରେସକ୍ରିପସନ୍ ରେକର୍ଡ କରିବୁ । ତେବେ ସେମାନଙ୍କର ଖାଲି ସିଲିଣ୍ଡର ରହିବା ଆବଶ୍ୟକ, ଆମେ ସେମାନଙ୍କୁ ଗୋଟିଏ ଅକ୍ସିଜେନ ଭର୍ତ୍ତୀ ସିଲିଣ୍ଡର ପ୍ରଦାନ କରି ଖାଲି ସିଲିଣ୍ଡର ଆଣୀବୁ ଏବଂ ଏହାକୁ ପୁରଣ କରି ଅନ୍ୟ କାହାକୁ ଦେବୁ ବୋଲି ଅଭିଷେକ ସିଂ କହଛନ୍ତି ।

  • Tags:

Subscribe

National International State Sports Entertainment