ମାନସିକ ରୋଗରେ ପୀଡ଼ିତ ୯୦ ପ୍ରତିଶତ ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନାହିଁ: ରିପୋର୍ଟ
Khabar Odisha:Health-More-than-90-percent-mental-disease-patients-do-not-get-treatment

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୨ (ଖବର ଓଡ଼ିଶା): ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ଦେଶରେ ଲେକମାନଙ୍କର ମାନସିକ ସ୍ୱାସ୍ଥ୍ୟ ଅବନତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କର କହିବା ଅନୁସାରେ, ଦେଶ ଆଜି ବହୁମାତ୍ରରେ ମାନସିକ ରୋଗରେ ପୀଡ଼ିତ । ମାତ୍ର ସମସ୍ୟା ଏହା ଅଟେ ଯେ, ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ଚିକିତ୍ସାର ସୁବିଧା ମଧ୍ୟ ମିଳିପାରୁନାହିଁ । ସରକାର ଓ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଡବ୍ୟୁଲଏଚଓର ଆକଳନ ମଧ୍ୟ ଏହା କହୁଛି । ମାନସିକ ରୋଗୀମାନଙ୍କର ଚିକିତ୍ସା ଓ ତାଙ୍କୁ ତାଙ୍କୁ ଅଧିକାର ଦେବା ପାଇଁ ୨୦୧୭ରେ ସରକାର ଏକ ଆଇନ ଆଣିଥିଲେ କିନ୍ତୁ ୨ ବର୍ଷରୁ ଅଧିକ ସମୟ ହୋଇଯିବା ପରେ ମଧ୍ୟ ଦେଶର ୧୦ ରାଜ୍ୟରେ ଏହି ଆଇନ ଲାଗୁ କରିବା ପାଇଁ  ଜରୁରୀ  ଭାବୁନାହାଁନ୍ତି । ଏକ ଅନୁମାନ ଅନୁସାରେ ପ୍ରାୟ ୧୪ ପ୍ରତିଶତ ଲୋକଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକତା ରହିଛି, କିନ୍ତୁ ଦେଶରେ ବ୍ୟବସ୍ଥା କମ ଅଛି ।  

ଇଣ୍ଡିଆନ ମେଡିକାଲ ଆସୋସିଏଶନର ପୂର୍ବ ସେକ୍ରେଟେରୀ ଡକ୍ତର ଅନିଲ ବସଂଲଙ୍କ ଅନୁସାରେ ବ୍ୟସ୍ତବହୁଳ ଜୀବନରେ ବଢୁଥିବା କାର୍ଯ୍ୟଭାର ଓ ପ୍ରତିଯୋଗିତା କାରଣରୁ  ଦେଶରେ ମନରୋଗୀମାନଙ୍କର ସଂଖ୍ୟା ଦ୍ରୁତଗତିରେ ବଢୁଛି । ମୁଖ୍ୟତଃ ମହାନଗରୀମାନଙ୍କରେ ଦେଶର ପ୍ରାୟ ୨୦ ପ୍ରତିଶତ ଲୋକ ଆଜି ଚାପଜନିତ ସମସ୍ୟାରେ ଗତି କରୁଛନ୍ତି, ଯେଉଁଥିରେ ଯୁବକମାନଙ୍କର ସଂଖ୍ୟା ବହୁତ । ଏହା ସହିତ ସ୍କିଜୋଫ୍ରିନିୟା ଓ ବାୟପୋଲର ଡିସଆର୍ଡର ର ପେସେଣ୍ଟ ମଧ୍ୟ ବଢୁଛନ୍ତି । ଜେନେଟିକ କାରଣ ଓ ବଢୁଥିବା ବୟସ ସହିତ ଅଜ୍ଲାଇମର୍ସ ଓ ଡିମୋଶିୟା ରୋଗ ମଧ୍ୟ ବଢୁଛି । ଛୁଆ ଓ ଯୁବକମାନଙ୍କ ମଧ୍ୟରେ ବଢୁଥିବା ତନାବ କାରଣରୁ ଆତ୍ମହତ୍ୟା ପରି ମମଲା ଅନେକ ସମୟରେ ସାମ୍ନାକୁ ଆସୁଛି ।  

ଏହି ଆଇନରେ ଯେଉଁଠାରେ ଆତ୍ମହତ୍ୟାର ଉଦ୍ୟମକୁ ଅପରାଧ ଶ୍ରେଣୀରୁ ବାହାର କରାଯାଇଛି, ସେଠାରେ ଏହା ମାନସିକ ରୋଗୀଙ୍କୁ ଚିକିତ୍ସା ପାଇବାର ଅଧିକାର ମଧ୍ୟ ଦେଇଥାଏ । ଏଥିରେ ବ୍ୟବସ୍ଥା କରାଯାଇଛି ଯେ କୌଣସି ମଧ୍ୟ ସରକାରୀ ବା ସରକାରୀ ଅନୁଦାନ ପାଉଥିବା ଚିକିତ୍ସା ସଂସ୍ଥାକୁ  ମାନସିକ ରୋଗୀକୁ ଚିକିତ୍ସା କରିବାକୁ ପଡିବ । ସେ ଏଥିପାଇଁ ମନା କରିପାରିବ ନାହିଁ । ଏହା ସହିତ ରୋଗୀକୁ ଆବଶ୍ୟକ ସୁବିଧା ମଧ୍ୟ କମ ଦାମରେ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ତାଙ୍କୁ ଆବଶ୍ୟକତା ପଡିଲେ ନିଶୁଃକ୍ଳ ସେବା ମଧ୍ୟ ଦେବାକୁ ପଡିବ ।  

  • Tags:

Subscribe

National International State Sports Entertainment