ଖବର ଓଡିଶା : 07/04/2023
ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ଉପରମୁହାଁ ହୋଇଛି କରୋନା ଗ୍ରାଫ । କିଛି ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ବଢୁଥିବାରୁ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । କରୋନା ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ ହେବେ ।
ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି । ବୁଧବାର ଦିନ ଦେଶରେ ସଂକ୍ରମଣ ୪,୪୩୫ ଥିବାବେଳେ ଗୁରୁବାର ଏହା ୫ ହଜାର ଟପିଯାଇଛି । ଯାହା ୬ ମାସରେ ସର୍ବାଧିକ । ଦେଶରେ ଦୈନିକ ପଜିଟିଭ ହାର ୩.୩୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୨.୭୯ ପ୍ରତିଶତ ରହିଛି । ଗତବର୍ଷ ସେପ୍ଟେମ୍ବର ୨୩ରେ ୫ ହଜାର ୩୮୩ ମାମଲା ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଦେଶରେ ଆକ୍ଟିଭ ମାମଲା ୨୫ ହଜାର ୫୮୭ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁସାରେ, ବୁଧବାରର ମାମଲା ଅପେକ୍ଷା ଏହା ୨୦ ପ୍ରତିଶତ ଅଧିକ । ସ୍ଥିତିକୁ ଦୃଷ୍ଟିରେ ରଖି ଟେଷ୍ଟିଂ ସହିତ ସର୍ଭେଲାନ୍ସକୁ ବଢାଇଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମଣ ବଢୁଥିଲେ ମଧ୍ୟ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁନାହିଁ । ସେଥିପାଇଁ ଆସନ୍ତା ୧୦ ଓ ୧୧ ତାରିଖରେ କୋଭିଡ୍ ମକଡ୍ରିଲ କରାଯିବ । ଜନସାଧାରଣ ଭୟଭୀତ ନହୋଇ ସର୍ତକ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।