ଖରାଦିନେ ଲେମ୍ବୁ ପାଣି ପିଅନ୍ତୁ ଓ ସୁସ୍ଥ ରୁହନ୍ତୁ
Khabar Odisha:Health-Benefits-of-Lemon-Juice-and-Water
ଭୁବନେଶ୍ୱର, ଏପ୍ରିଲ ୨୩ (ଖବର ଓଡିଶା)

ଚାରିଆଡେ ବଢ଼ି ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରଭାବ। ସୂର୍ଯ୍ୟଦେବଙ୍କର ମହା ତାଣ୍ଡବର ପ୍ରଚଣ୍ଡ ଗ୍ରୀଷ୍ମଗ୍ନିର ଦାଉରୁ ରକ୍ଷା ପାଇବା ପାଇଁ ସବୁ ମଣିଷମାନେ ଜଳର ଆବଶ୍ୟକତା ନିଶ୍ଚିତ ଭାବରେ ଲୋଡିଥାନ୍ତି। ତେବେ ଏହି ଗ୍ରୀଷ୍ମରେ ସୁସ୍ଥ ଶରୀର ପାଇଁ ଲେମ୍ବୁ ପାଣି ଖୁବ୍‌ ଜରୁରୀ ହୋଇଥାଏ। ଏଥିରେ ବହୁଳ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥିବା ହେତୁ ଏହାକୁ ଭିନ୍ନ ଭିନ୍ନ ଖାଦ୍ୟ ଓ ପାନୀୟରେ ବ୍ୟବହାର କରାଯାଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିରେ ରୋଗ ହ୍ରାସ କରିବାର କ୍ଷମତା ରହିଛି। ମୁଖ୍ୟତଃ ହୃଦ୍‌ରୋଗ, କେଶ ଏବଂ ତ୍ୱଚା ପାଇଁ ଏହା ଅତ୍ୟନ୍ତ ଉପକାରୀ। ଲେମ୍ବୁରେ ଅନେକ ଭଲ ଗୁଣ ରହିଛି। ଏପରିକି ଏହା ଆପଣଙ୍କ ରୋଷେଇ ଘରର ଗନ୍ଧ ବି ଦୂର କରିପାରେ। ଜିବାଣୁ ଏବଂ ବ୍ୟାକ୍ଟେରିଆ ଦୂର କରିବାରେ ଲେମ୍ବୁ ସହ ଆଉ କୌଣସି ଜିନିଷ ତୁଳନୀୟ ନୁହେଁ।

ଏହା ବ୍ୟତୀତ ଆହୁରି ଅନେକ କିଛି ଲାଭଦାୟକ ଗୁଣ ରହିଛି ଲେମ୍ବୁରେ । ବ୍ୟବହାର ଉପଯୋଗୀ ଉଦାହରଣ ସ୍ୱରୂପ ଆପଣ ଗୋଟାଏ ମଧ୍ୟମ ଧରଣର ଲେମ୍ବୁ ନିଅନ୍ତୁ ଓ ତାହାକୁ ଲମ୍ବ ଭାବରେ ୪ ଖଣ୍ଡ କରି କାଟି ଦିଅନ୍ତୁୁ। ପୂରାପୂରି କାଟିକି ଅଲଗା କରନ୍ତୁ ନାହିଁ। ସେହି ଲେମ୍ବୁରେ କିଛି ଲୁଣ ଛିଞ୍ଚି ଦିଅନ୍ତୁ ଏବଂ ତାହାକୁ ରୋଷେଇ ଘରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ରୋଷେଇ ଘର ଆଉ ଗନ୍ଧ ହେବ ନାହିଁ। ଲେମ୍ବୁର ବାସ୍ନା ଚାରିଆଡ଼େ ଖେଳିଯିବ। ଫଳରେ ବ୍ୟାକ୍ଟେରିଆରୁ ଯେଉଁ ଦୁର୍ଗନ୍ଧ ନିର୍ଗତ ହୁଏ ତାହା ଆଉ ହେବ ନାହିଁ।

ଏହା ଛଡା ଲେମ୍ବୁକୁ ଆପଣ ନିଜର ଘର ଓ ଆସବା ପତ୍ର ସଫା କରିବାରେ ବି ବ୍ୟବହାର କରିପାରିବେ। ଏହା ଦ୍ୱାରା ସଫା ଭଲ ହୋଇଥାଏ। ଆପଣ ଘର ପୋଛିବାକୁ ଯେଉଁ ଡିଟର୍ଜେଣ୍ଟ ପାଣି ବ୍ୟବହାର କରିଥାନ୍ତି ସେଥିରେ ଟିକେ ଲେମ୍ବୁ ମିଶାଇ ଦିଅନ୍ତୁ। ସେହି ପାଣିରେ ଘର ଓ ଆସବାପତ୍ର ପୋଛନ୍ତୁ। ଦେଖିବେ ଖୁବ୍‌ ଭଲ ସଫା ହେବ।

ତେବେ ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ ଯେ ଲେମ୍ବୁ ଦ୍ୱାରା ଓଜନ କମାଯାଇପାରେ। ସକାଳୁ ଉଠି ଗୋଟାଏ ଗ୍ଲାସ୍‌ ନଖ ଉଷୁମ ଗରମ ପାଣିରେ ଟିକିଏ ଲେମ୍ବୁ ଓ ମହୁ ମିଶାଇ ପିଇବା ଦ୍ୱାରା ଅତିରିକ୍ତ ଚର୍ବି ଖସି ଯାଇଥାଏ। ତେବେ ଏମିତି ଅନେକ ସୁଗୁଣ ଥିବା ଲେମ୍ବୁକୁ ସମସ୍ତେ ପ୍ରତ୍ୟକ ଦିନ ବ୍ୟବହାର କରିବା ଉଚ୍ଚିତ୍ । 

Subscribe

National International State Sports Entertainment