ଅଧା ବାଟରେ ରହିଲା ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ
Khabar Odisha:Halfway-there-was-an-ambulance-and-the-patient-was-carried-in-a-cot

ରାୟଗଡା : ଗୋଟିଏ କି ଦୁଇ ଥର ନୁହେଁ ପ୍ରାୟ ପ୍ରତ୍ୟକ ଦିନ ଏଭଳି ଚିତ୍ର ସାମ୍ନାକୁ ଆସୁଛି ଯାହା ଆମ ରାଜ୍ୟର ବିକାଶ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଇନା ଦେଖାଉଛି ।

ଯେଉଁ ସମୟରେ ରାଜ୍ୟ ସରକାର ରାଜ୍ୟର ବିକାଶ ଗାଥାକୁ ନେଇ ପ୍ରଶଂସା ସାଉଁଟୁଛନ୍ତି ଠିକ୍ ସେହି ସମୟରେ ଏହିଭଳି ଚିତ୍ର ସବୁ ରାଜ୍ୟର ଅସଲ ବିକାଚୁ ପଦାରେ ପକାଉଛି । ଆଜି ବି ରାସ୍ତା ନଥିବାରୁ ଓ ଲୋକମାନଙ୍କ ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ପହଞ୍ଚି ପାରିନଥିବାରୁ ଖଟିଆରେ ବୁହାେଉଛନ୍ତି ରୋଗୀ ।

କେଉଁଠି ପ୍ରସୂତି ତ ଆଉ କେଉଁଠି ଗୁରୁତର ଅବସ୍ଥାରେ ଶଯ୍ୟାଶାୟୀ ରୋଗୀ ବାଧ୍ୟ ହେଉଛନ୍ତି ଖଟିଆରେ ଡାରକ୍ତଖାନା ଯିବାକୁ । ରାସ୍ତାର ଅବସ୍ତା ଶୋଚନୀୟ ଥିବାରୁ ସେମାନଙ୍କ ପାଖରେ ପହଞ୍ଚିପାରୁନି ଆମ୍ବୁଲାନ୍ସ । 

ବର୍ତମାନ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ଡାଳଗୁମ୍ମା ଗାଁରେ । ଗାଁକୁ ରାସ୍ତା ନଥିବାରୁ ରୋଗୀଙ୍କ ପାଖରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ବାଧ୍ୟ ହୋଇ ଦୀର୍ଘ ୩ କିମି ରାସ୍ତା ଖଟିଆରେ ବୁହା ହେଲେ ରୋଗୀ ।

ସୂଚନା ଅନୁସାରେ ଡାଳଗୁମ୍ମା ଗାଁର ଜଣେ ବ୍ୟକ୍ତି ଗଛରୁ ଖସି ପଡି ଗୁରୁତର ହୋଇଥିଲେ ଏବଂ ତାଙ୍କୁ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ନିକଟସ୍ଥ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ ହେଲେ ଗାଁ କୁ ପକ୍କା ରାସ୍ତା ନଥିବାରୁ ଗୁତୁତର ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । 

ଫଳରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦୁର୍ଗମ ନାଳ, ନର୍ଦ୍ଦମା, କଚ୍ଚା ରାସ୍ତା ଅତିକ୍ରମ କରି ଖଟିଆରେ ରୋଗୀ ଜଣଙ୍କୁ ବୋହି ଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ ।

କେବଳ ଯେ ରାୟଗଡାରୁ ଏଭଳି ଚିତ୍ର ସାମ୍ନାକୁ ଆସିଲା ତାହା ନୁହେଁ ପ୍ରତିଦିନ ଏହି ଭଳି ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀ ଖଟିଆରେ ବୁହା ହେବାର ଦୃଶ୍ୟ ରାଜ୍ୟ ବିକାଶର ଅସଲ ଚିତ୍ର ବଖାଣୁଛି ।

  • Tags:

Subscribe

National International State Sports Entertainment