ଓଡ଼ିଶାରେ 59 H3N2 ଭୁତାଣୁ ଆକ୍ରାନ୍ତ
Khabar Odisha:59-cases-of-H3N2-detected-in-Odisha
ଖବର ଓଡିଶା : 11/03/2023

H3N2କୁ ନେଇ ରାଜ୍ୟରେ ବଢ଼ିଲା ଚିନ୍ତା | ଓଡ଼ିଶାରେ 59 H3N2 ଭୁତାଣୁ ଆକ୍ରାନ୍ତ ଚିହ୍ନଟ | ଗତ ଜାନୁଆରୀ, ଫେବୃଆରୀ ମାସରେ 225 ଜଣଙ୍କର ସାମ୍ପୁଲ ସଂଗ୍ରହ କରାଯାଇଥିଲା | ସଂଗୃହିତ 225 ସାମ୍ପୁଲ ମଧ୍ୟରୁ 59ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି | ଏନେଇ RMRC ନିର୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି |

H3N2 ର ଲକ୍ଷଣ 

  • ଥଣ୍ଡା, ଜ୍ୱର ଓ କାଶ
  • ଜ୍ୱର ସହିତ ବାନ୍ତି 
  • ଗଳାରେ ପ୍ରବଳ ଯନ୍ତ୍ରଣା 
  • ମାଂସପେଶୀ ଓ ଶରୀରରେ ଯନ୍ତ୍ରଣା 
  • ଛିଙ୍କିବା ଓ ନାକରୁ ପାଣିବୋହିବା 
  • ନିଶ୍ୱାସ ନେବାରେ କଷ୍ଟ ହେବ 
    • ସମୟ ସମୟରେ ଡାଇରିଆ 

ସତର୍କତା ଏବଂ ପ୍ରତିକାର

  • ନିୟମିତ ଭାବରେ ସାବୁନରେ ହାତ ଧୁଅନ୍ତୁ 
  • ମୁଁହରେ ମାସ୍କ ପିନ୍ଧନ୍ତୁ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୁରେଇ ରୁହନ୍ତୁ 
  • ନାକ ଓ ପାଟିକୁ ଛୁଇଁବା ଠାରୁ ଦୁରେଇ ରୁହନ୍ତୁ 
  • କାଶିବା ଓ ଛିଙ୍କିବା ସମୟରେ ନାକ ଓ ପାଟିକୁ ସଠିକ ଭାବରେ ଘୋଡ଼ନ୍ତୁ
  • ଶରୀରରେ ଜଳୀୟ ଅଂଶ କମ ନହେବ ପାଇଁ ପ୍ରଚୁର ତରଳ ପଦାର୍ଥ ଖାଆନ୍ତୁ
  • ଜ୍ୱର ଓ ଶରୀରରେ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ  

Subscribe

National International State Sports Entertainment