ବାସି ଖାଦ୍ୟ ଖାଇ ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ
Khabar Odisha:32-girl-students-of-a-govt-upper-primary-school-located-at-Soyamba-admitted-to-KBalanga-hospital-after-they-complained-of-fever-and-abdominal-pain
ଖବର ଓଡିଶା : 20/04/2023

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ସୋୟେମ୍ବା ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୩୨ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀମାନଙ୍କୁ କେବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଚିକିସ୍ଚିତ ହେଉଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ବେଳେ ୨୫ ଜଣ ଛାତ୍ରୀଙ୍କର ପେଟ କାଟିବା ସହ ଜ୍ୱର ଆସିଥିଲା। ତୁରନ୍ତ ସେମାନଙ୍କୁ କେବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ପରେ ଆଜି ସକାଳେ ହଷ୍ଟେଲରେ ଥିବା ଅନ୍ୟ ୭ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ମଧ୍ୟ ଆଜି ସକାଳେ କେବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସାପରେ ସମସ୍ତ ଛାତ୍ରୀ ସୁସ୍ଥ  ଅଛନ୍ତ ବୋଲି କେବଳାଙ୍ଗ ମେଡିକାଲର ଡାକ୍ତର କଳାକାନ୍ତ ମହାନ୍ତ କହିଛନ୍ତି । 

ଅନ୍ୟ ପକ୍ଷରେ ସୋୟେମ୍ବା ବାଳିକା ଉଚ୍ଚ ବିଦ୍ୟାଳୟର ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ପୁରୁଣା ଛାତ୍ରୀନିବାସରେ ଛାତ୍ରୀ ମାନେ ଅଳ୍ପ ଜାଗାରେ ବହୁ ସଂଖ୍ୟା ରହୁଥିବା ଜଣାପଡିଛି । ଛାତ ଉଚ୍ଚତା କମ ଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା କଥା ଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ରୁମ ଗୁଡିକରେ ବହୁ ଫ୍ୟାନ ଖରାପ ହୋଇ ଚାଲୁ ନଥିବା ଛାତ୍ରୀ ପ୍ରକାଶ କରିଛନ୍ତି।

Subscribe

National International State Sports Entertainment