ମୋଟାପଣରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ତରିକା ଆପଣାଇଥାନ୍ତି । କିଏ ସକାଳୁ ଉଠି ଦୌଡ଼େ ତ ଆଉ କିଏ ଜିମ୍ ଯାଏ । ତେବେ ଉତ୍ତରପ୍ରଦେଶ କାନପୁରର ୨୪ ବର୍ଷୀୟ ଯୁବକ ଅର୍ଜୁନ ଶାହ ଖୁବ୍ କମ୍ ଦିନରେ ତାଙ୍କ ଶରୀରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ଅର୍ଥାତ ମୋଟା ରୁ ପତଳା ହୋଇ ଶରୀରରେ ବନେଇଛନ୍ତି ୬ ପ୍ୟାକ୍ ।
ଦେଢ ବର୍ଷ ମଧ୍ୟରେ ୧୦୪ରୁ ୫୯ ଓଜନ କମିଛନ୍ତି । ପରେ ବଡ୍ଡି ବନେଇବା ପରେ ବର୍ତ୍ତମାନ ସେ ୬୧-୬୨ କିଲୋ ଓଜନ ରହିଛନ୍ତି । ସେ କେତେ ତାଙ୍କ ମୋଟାପଣକୁ କେତେ ଚିନ୍ତାରେ ଥିଲେ ତାହା ମଧ୍ୟ କହିଛନ୍ତି ।
ଅର୍ଜୁନ ମୋଟା ଥିବା କାରଣରୁ ଲୋକମାନେ ତାଙ୍କ ଛାତି ଓ ପେଟକୁ ନେଇ ଅନେକ କଥା କହି ହସନ୍ତି । ଏପରିକି ତାଙ୍କୁ ଫୁଟବଲ୍ ଖେଳିବାକୁ ଇଚ୍ଛା ଥିଲେ ମଧ୍ୟ ଖେଳି ପାରନ୍ତି ନାହିଁ କାରଣ ତାଙ୍କ ସାଙ୍ଗ ମାନେ ବହୁତ ହସନ୍ତି ।
ଯୁକ୍ତ ୨ ରେ ମଧ୍ୟ ତାଙ୍କର ଜଣେ ଝିଅ ସାଙ୍ଗ ସହ ପ୍ରେମ ସମ୍ପର୍କ ଗଢି ଉଠିଲା ହେଲେ ସେ ମୋଟା ଥିବା କାରଣରୁ ଧିରେ ଧିରେ ସେହି ଝିଅ ମଧ୍ୟ କଥା ବର୍ତ୍ତା ବନ୍ଦ କରି ଅନ୍ୟ ଜଣଙ୍କ ସହ ସମ୍ପର୍କରେ ରହିଲେ ।
ଏହା ପରେ ଅର୍ଜୁନ ଏତେ ଭାଙ୍ଗିଗଲେ ଯେ ସେ ଜିମ୍ ଗଲେ ଓ ପୁରା ଡ଼ାଏଟ୍ ପ୍ଲାନ୍ ଫଲ୍ଲୋ କଲେ । ଯାହା ଫଳରେ ଦେଢ ବର୍ଷ ମଧ୍ୟରେ ୧୦୪ରୁ ୫୯ ଓଜନ କମିଥିଲେ ।