ହୃଦଘାତରେ ତାମିଲ ଫିଲ୍ମ ତାରକା ବିବେକଙ୍କ ମୃତ୍ୟୁ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
Khabar Odisha:tamil-prominent-actor-vibek-die-in-haert-attack

ଚେନ୍ନାଇ,୧୭ଏପ୍ରିଲ(ଖବର ଓଡିଶା); ତାମିଲ ଅଭିନେତା ବିବେକଙ୍କର ୫୯ ବର୍ଷ ବୟସରଙ୍କ ମୃତ୍ୟୁ ହୋଇଛି । ସେ ଗତ କାଲି ହୃଦଘାତର ଶିକାର ହୋଇ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଭର୍ତି ହୋଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଗତ କାଲି ମେଡିକାଲରେ ଭର୍ତି ହୋଇଥିଲା ବେଳେ ଆଜି ସକାଳ ୪.୪୫ରେ ସେ ଦୁନିଆକୁ ଅଲବିଦା କହିଛନ୍ତି । 

ତେବେ ସୂଚନା ମୁତାବକ ଗତ ୧୫ ତାରିଖରେ ସେ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ । ତେବ ସେ କୋଭିଡ ଟିକାର ପ୍ରଥମ ଡୋଜ ନେବା ପୁର୍ବରୁ କହିଥିଲେ ଯେ ଲୋକ ମାନେ ନିଶ୍ଚିନ୍ତ ହୋଇ କୋଭିଡ ଟିକା ନିଅନ୍ତୁ ଏହା ସମ୍ପୁର୍ଣ୍ଣ ନିରାପଦ ଅଟେ ।

ତେବେ ବିବେକଙ୍କ ନିଧନରେ ତାଙ୍କର ଫ୍ୟାନ ମାନଙ୍କୁ ଶକ୍ତ ଧକ୍କା ଲାଗିଥିଲା ବେଳେ ତାଙ୍କର ବିୟୋଗରେ ଅନେକ ଅଭିନେତା ଅଭିନେତ୍ରୀ ରଜନୀକାନ୍ତ, ରାଜପ୍ରକାଶ, ରକୁଲ ପ୍ରିତ ସଂ, ପ୍ରମୁଖ ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।

  • Tags:

Subscribe

National International State Sports Entertainment