ଖବର ଓଡିଶା : 15/05/2023:
ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି 'ଦ କେରଳ ଷ୍ଟୋରୀ' ର ଲିଡ୍ ଅଭିନେତ୍ରୀ ଅଦା ଶର୍ମା। ଦୁର୍ଘଟଣା ଖବର ମିଳିବା ପରେ ତାଙ୍କ ଫ୍ୟାନମାନେ ତାଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ । ଏହାପରେ ଆଦା ଶର୍ମା ନିଜେ ଟ୍ୱିଟ କରି ନିଜ ସ୍ୱାସ୍ଥ୍ୟବସ୍ଥାର ଅପଡେଟ ଦେଇଥିଲେ । ଅଦା ଶର୍ମା ଟ୍ୱିଟ କରି କହିଥିଲେ କି ମୋତେ ବହୁତ ସାରା ମେସେଜ ମିଳୁଛି କାରଣ ଆମ ଦୁର୍ଘଟଣାର ଖବର ସୋସିଆଲମିଡିଆରେ ଭାଇରାଲ ହୋଇଛି । ମୁଁ ଆଉ ଆମ ଟିମ ପୂରା ସୁସ୍ଥ ଅଛୁ । ଆମ ବିଷୟରେ ଚିନ୍ତା କରିଥିବାରୁ ଧନ୍ୟବାଦ । ତେବେ ସେ ସୁସ୍ଥ ଥିବା କଥା ଜାଣିବା ପରେ ଫ୍ୟାନମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ତେବେ ଗତ କିଛିଦିନ ତଳେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ମିଳିଥିଲା । କେରଳ ଷ୍ଟୋରୀକୁ ନେଇ ଚାଲୁଥିବା ବିବାଦ ଭିତରେ ଅଦା ଶର୍ମାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । କୁହାଯାଉଛି ଯେ ଏହି ଫିଲ୍ମ ମୁସଲିମ ସମ୍ପ୍ରଦାୟ ବିରୋଧରେ ଘୃଣା ସୃଷ୍ଟି କରୁଛି ।