ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ଶାହରୁଖ ଖାନଙ୍କ ପୁଅ, ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିବା ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େ । ଆର୍ଯ୍ୟନ ଖାନଙ୍କ ନିର୍ଦ୍ଦେଶିତ "ଦି ବ୍ୟାଡ୍ସ ଅଫ୍ ବଲିଉଡ" ୱେବ୍ ସିରିଜ୍ ରେ ସମୀର ୱାଙ୍ଖଡେଙ୍କ ପରି ଦେଖାଯାଉଥିବା ଚରିତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି । ସମୀର ୱାଙ୍ଖଡ଼େ ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ମୁମ୍ବାଇର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଅଭିନେତା ଶାହରୁଖ ଖାନ ଏବଂ ତାଙ୍କ ପତ୍ନୀଙ୍କ ପ୍ରଡକ୍ସନ ହାଉସ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ଏକ ଆବେଦନ ଦାଖଲ କରିଛନ୍ତି । ଏହା ବ୍ୟତୀତ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ (Netflix) ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି । ସମୀର ଅଭିଯୋଗ କରିଛନ୍ତି ଯେ ୱେବ୍ ସିରିଜ୍ "ଦି ବ୍ୟାଡ୍ସ ଅଫ୍ ବଲିଉଡ୍" ତାଙ୍କ ପ୍ରତିଛବିକୁ ଖରାପ କରିଛି, ସିରିଜ୍ ରେ ପ୍ରଦର୍ଶିତ ଦୃଶ୍ୟଗୁଡ଼ିକ ମିଥ୍ୟା ଏବଂ ତାଙ୍କର ପ୍ରତିଷ୍ଠାକୁ ହାନି ପହଞ୍ଚାଇବା ଉଦ୍ଦେଶ୍ୟ ରହିଛି ।
୨ ଅକ୍ଟୋବର, ୨୦୨୨, ଏକ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ଅନ୍ୟ କେତେ ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ମୁମ୍ବାଇ ଜୋନାଲ୍ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ୨ ଏକ କ୍ରୁଜ୍ ରେଭ୍ ପାର୍ଟିରେ ଗିରଫ କରିଥିଲେ । ଏହା ହାଇ-ପ୍ରୋଫାଇଲ୍ ମାମଲା ହୋଇଥିବାରୁ ସାରା ଦେଶରେ ଖବର ଶିରୋନାମା ପାଲଟିଥିଲା । ସମୀର ୱାଙ୍ଖେଡେ ଶାହରୁଖ ଖାନ ଏବଂ ତାଙ୍କ ପରିବାର ସହିତ ବିବାଦରେ ଜଡିତ ଅଛନ୍ତି।