ନୂଆଦିଲ୍ଲୀ, ଜାନୁଆରୀ 09 (ଖବର ଓଡିଶା) :
ମେଗା ବଜେଟ୍ ଫିଲ୍ମ ‘ଅନ୍ତିମ’ ବିଷୟରେ ବହୁତ ଚର୍ଚ୍ଚା ଆରମ୍ଭ ହୋଇଛି । ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଫିଲ୍ମ ‘ଅନ୍ତିମ’ରେ ବର୍ତ୍ତମାନ ଯଦିଓ ଆୟୁଷ ଶର୍ମା ଇଣ୍ଡଷ୍ଟ୍ରିରେ ନିଜର ନାମ ଅର୍ଜନ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସଲମାନ ଖାନଙ୍କ ଯୋଗୁଁ ଏହି ଫିଲ୍ମ ହେଡଲାଇନରେ ରହିଯାଇଛି । ଏଥିରେ ନଜର ଆସିବେ ଅଭିନେତା ବରୁଣ ଧୱନ ।
ଫିଲ୍ମ ‘ଅନ୍ତିମ’ର ଏକ ଟିଜର ମଧ୍ୟ ରିଲିଜ୍ ହୋଇଛି । ଯେଉଁଥିରେ ସଲମାନ ଖାନ ଏକ ଭିନ୍ନ ଆନ୍ଦାଜରେ ନଜର ଆସିଛନ୍ତି । ସେହି ଟିଜର ପରଠାରୁ ଫିଲ୍ମ ‘ଅନ୍ତିମ’ କୁ ଏକ ବ୍ଲକବଷ୍ଟର ଫିଲ୍ମ କୁହାଯାଉଛି । ଏହି ଫିଲ୍ମରେ ସଲମାନ୍ ଖାନ୍ଙ୍କ ସହ ଅଭିନେତା ବରୁଣ ଧୱନ୍ ମଧ୍ୟ ନଜର ଆସିବେ । ଫିଲ୍ମ ‘ଅନ୍ତିମ’ ରେ ଏକ ଜବରଦସ୍ତ ପାର୍ଟି ଗୀତ ରଖାଯିବ । ଏହି ଗୀତଟି ମୁମ୍ବାଇର ଶୈଳୀରେ ସୁଟିଂ ହେବାକୁ ଯାଉଛି । ଏହାସହିତ ଫିଲ୍ମରେ ଚାର୍ ଚାନ୍ଦ ଲଗାଇବାର ପାଇଁ ମେକର୍ସ ଅଭିନେତା ବରୁଣ ଧୱନଙ୍କୁ ମଧ୍ୟ ନେବା ପାଇଁ ଚାହୁଁଛନ୍ତି ।