ଧାରା ୩୭୦ ଉଚ୍ଛେଦ ପରେ ପାକ୍‌ ଗାୟକ ଅସଲମ୍‌ଙ୍କ ବିବାଦୀୟ ବୟାନ, ରାଗିଲେ ଭାରତୀୟ ପ୍ରଶଂସକ
Khabar Odisha:pakistani-singer-atif-commented-on-kashmir-issue
ନୂଆଦିଲ୍ଲୀ, ଅଗଷ୍ଟ ୭ (ଖବର ଓଡ଼ିଶା):

ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ମନରେ ଆତଙ୍କ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ବିରୋଧରେ ଲଢ଼ୁଥିବା ଭାରତର ଆଗାମୀ ଆଭିମୁଖ୍ୟ କ’ଣ ରହିବ ସେଥିପାଇଁ ଚିନ୍ତିତ ହୋଇପଡ଼ିଛି ପାକ୍‌ । ସେଠାକାର ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ମଧ୍ୟ ଧମକ ଦେଇଛନ୍ତି । ପାକିସ୍ତାନର କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଭାରତ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ପ୍ରସିଦ୍ଧ ଗାୟକ ଆତିଫ୍‌ ଅସଲମ । କାଶ୍ମୀର ବାସିନ୍ଦାଙ୍କୁ ଏବେ ନିର୍ଯ୍ୟାତନା ଦିଆଯାଉଥିବା କହିବା ପରେ ତାଙ୍କର ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଭାରତୀୟ ଫ୍ୟାନ୍ସଙ୍କ କ୍ରୋଧର ଶୀକାର ହୋଇଛନ୍ତି ଅସଲମ୍‌ ।

ଆତିଫ ତାଙ୍କ ପୋଷ୍ଟରରେ ଲେଖିଥିଲେ, ‘‘କିଛି ବଡ଼ କଥା ଲୋକମାନଙ୍କ ସହିତ ସେୟାର କରୁଥିବାରୁ ବହୁତ ଖୁସି ଅଛି । ଇନ୍‌ସାଅଲ୍ଲାହ, ମୁଁ ଜଲଦି ମୋ ଜୀବନର ସବୁଠାରୁ ଜରୁରୀ ଯାତ୍ରାରେ ବାହାରିବାକୁ ଯାଉଛି । ହଜ୍‌ରେ ଯିବା ପୂର୍ବରୁ ସମସ୍ତଙ୍କୁ ଭୁଲ ମାଗୁଛି, ସିଏ ମୋ ପ୍ରଶାସଂକ ହୁଅନ୍ତୁ, ପରିବାର ବା ବନ୍ଧୁ ହୁଅନ୍ତୁ । ଯଦି ମୁଁ କାହାର ଭାବନାକୁ ଆଘାତ କରିଥାଏ ତାହା ହେଲେ କ୍ଷମା କରିଦିଅ ।’’ ଏଥିରେ ଅସଲମ୍‌ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସେ ଲେଖିଛନ୍ତି ଯେ କାଶ୍ମୀରବାସିନ୍ଦାଙ୍କ ସହ ହେଉଥିବା ହିଂସା ଓ ନିର୍ଯ୍ୟାତନାକୁ ନିନ୍ଦା କରୁଛି । ଆହ୍ଲା କାଶ୍ମୀର ଓ ସମଗ୍ର ଦୁନିଆର ନିରୀହଙ୍କୁ ରକ୍ଷା କରନ୍ତୁ ବୋଲି ଆତିଫ୍‌ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟ ପରେ ଭାରତୀୟ ପ୍ରଶଂସକମାନେ ଦୃଢ଼ ନିନ୍ଦା କରିଛନ୍ତି ।

ଏଠାରେ କହି ରଖୁଛୁ ଯେ ଆତିଫ୍‌ ବଲିଉଡ଼୍‌ ବହୁତ ଗୀତରେ କଣ୍ଠଦାନ କରିଛନ୍ତି । ପୁଲୱାମା ଆକ୍ରମଣ ପରେ ସମସ୍ତ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିଥିଲା ବଲିଉଡ଼୍‌ । ସେଥିପାଇଁ ସଲମାନଙ୍କ ଫିଲ୍ମ ‘ନୋଟ୍‌ ବୁକ୍‌’ ପାଇଁ ଗାଇଥିବା ଗୀତକୁ ମଧ୍ୟ ହଟାଇ ଦିଆଯାଇଥିଲା । 

  • Tags:

Subscribe

National International State Sports Entertainment