ଟ୍ୱିଟରରେ ନିଜର ମଜାକ ନିଜେ ଉଡାଇଲେ ଅମିତାଭ
Khabar Odisha:national-odisha-bollywood-amitabh-bachchan-shares-hilarious-meme-on-mumbai-rain-jalsa-see-twitter
ମୁମ୍ବାଇ, ଜୁଲାଇ ୦୨ (ଖବର ଓଡିଶା) :

 ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ପ୍ରବଳ ବର୍ଷା କାରଣରୁ ରାସ୍ତାଘାଟ ଜାମ ହେବା ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏହି ସମୟରେ ମେଗା ତାରକା ଅମିତାଭ ବଚ୍ଚନଙ୍କ ଘର ବାହାର ଜଳାର୍ଣ୍ଣବ ହୋଇଛି । ଏମିତିକି ଘର ଭିତରକୁ ପାଣି ପସିବା ଧୀରେ ଧୀରେ ଆରମ୍ଭ କରୁଥିଲା । ପାଣି ଜମା ହେବା କାରଣରୁ ଘରୁ ବାହାରକୁ ଯିବା ଆସିବାରେ ଅସୁବିଧା ହେଉଥିଲା । ଏଭଳି ସ୍ଥିତିରେ ଅମିତାଭ ସୋସିଆଲ ମିଡିଆରେ ଏକ ଟ୍ୱିଟ୍ କରି ନିଜ ଫଟୋକୁ ମିମ୍ସ ରୂପରେ ବ୍ୟବହାର କରିଛନ୍ତି । 

୧୯୭୯ରେ ରିଲିଜ ହୋଇଥିବା ଫିଲ୍ମ ଦ ଗ୍ରେଟ୍ ଗ୍ୟାମ୍ବଲରର ପ୍ରସିଦ୍ଧ ଫିଲ୍ମର ଦୋ ଲଫଜୋ କି ହୈ ଦିଲ କି କାହାନୀର ଏକ ଫଟୋ ସେୟାର କରିଛନ୍ତି । ଏହା ପରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ମହାରାଷ୍ଟ୍ରରେ ଜଳ ସଙ୍କଟ ସ୍ଥିତି ଉତ୍ପନ୍ନ ହୋଇଛି ଅନ୍ୟପଟେ ମୁମ୍ବାଇ ପ୍ରବଳ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇ ପଡିଛି । 

Subscribe

National International State Sports Entertainment