ଖବର ଓଡ଼ିଶା: ରିଲିଜ୍ ହୋଇଛି ଫିଲ୍ମ ‘ମାଫିଆରାଜ୍’ । ପ୍ରଜୋଜକ ରାମଚନ୍ଦ୍ର ମହାନ୍ତ ଏକ ଭିନ୍ନ ଧରଣର ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଲୋପ ପାଇବାକୁ ଯାଉଥିବା ଝୁମର ବା କୁଡ଼ମାଲି ଭାଷାକୁ ବଞ୍ଚାବାକୁ ଯାଇ ପ୍ରଜୋଜକ ଏକ ନିଆରା ପ୍ରୟାସ କରିଛନ୍ତି । ରାମଚନ୍ଦ୍ର ମହାନ୍ତ ପ୍ରଜୋଜିତ ମାଫିଆରାଜ୍ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ କୁଡ଼ମାଲି ଭାଷାରେ ନିର୍ମାଣ ହୋଇଛି । ଆଗାନୀ ଦିନରେ ଚଳଚ୍ଚିତ୍ରଟି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆସାମରେ ପ୍ରଥମ ଥର ଚାରୋଟି ରାଜ୍ୟରେ ପାଇଁ ଏକାବେଳେକେ ରିଲିଜ ହେବାକୁ ଯାଉଛି ।
ସମାଜରେ ବୁଦ୍ଧିଜୀବୀ ମାନେ ନିଜ ଭାଷା,ସାହିତ୍ୟ,ସଂସ୍କୃତିକୁ ବଞ୍ଚାଇବା ପାଇଁ ଅନେକ ସମୟରେ ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ ଫିଲ୍ମ ଜରିଆରେ ଭାଷାକୁ ବଞ୍ଚାଇବାର ଏକ ଭିନ୍ନ ପ୍ରୟାସ କରାଯାଇଛି । କୁଡୁମି ସମାଜର ଲୋକମାନେ ନିଜ ଭାଷାକୁ ବଞ୍ଚାଇବା ପାଇଁ କୁଡ଼ମାଲି ଭାଷାରେ ଏକ ଫିଲ୍ମ ନିର୍ମାଣ କରିଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ କୁଡ଼ମାଲି ଭାଷା ବା ଝୁମର ଭାଷାରରେ ଚଳଚ୍ଚିତ୍ରକୁ ପ୍ରସ୍ତୁତ କରାଯାଇଛି । ଝୁମର୍ ଭାଷା ହେଉଛି ଏକ ମହାନ୍ତ ଜାତିର ଭାଷା । କୁଡ଼ମାଲି ଭାଷା ନିଜର ଅସ୍ତିତ୍ୱ ହରାଉଥିବା ବେଳେ ମାଫିଆରାଜ୍ ଚଳଚ୍ଚିତ୍ର ଜରିଆରେ କୁଡ଼ମାଲି ଭାଷାର ପ୍ରଚାର ପ୍ରସାର ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ପ୍ରଯୋଜକ ରାମଚନ୍ଦ୍ର ମହାନ୍ତ । ଏହି ଫିଲ୍ମରେ ତ୍ରିଲୋଚନ ମହାନ୍ତ ନିର୍ଦ୍ଦେଶନା ଦେଇଛନ୍ତି । ଚଳଚ୍ଚିତ୍ରରେ ସମ୍ପୂର୍ଣ୍ଣ ଆଦିବାସୀ କଳାକାର ନିଖୁଣ ଅଭିନୟ କରିଥିବାବେଳେ କଣ୍ଠଦାନ କରିଛନ୍ତି କୁମକୁମ୍ ବିଶ୍ୱାସ । ତେବେ ଦେଖିବାକୁ ବାକି ରହିଲା କୁଡ଼ମାଲି ଭାଷାରେ ନିର୍ମିତ ହୋଇଥିବା ମାଫିଆରାଜ୍ ଫିଲ୍ମଟି କେତେ ଲୋକପ୍ରିୟତା ହାସଲ କରୁଛି ।