ବାପାଙ୍କ ସହିତ ଘର ଛାତ ଉପରକୁ ଆସିଲେ ପ୍ରକୃତି ମିଶ୍ର, କହିଲେ ସମୟ ଆସିଲେ ସବୁ କହିବି ଭୁବନେଶ୍ୱର, ଜୁଲାଇ ୨୯(ଖବର ଓଡିଶା): Share story: ଗତ କିଛି ଦିନ ହେଲା ଷ୍ଟାର ପରିବାରର କଳି ଜୋର ଧରିଛି । ଏହି ବିବାଦ ଭିତରେ ବାପା ମନ୍ମଥ ମିଶ୍ରଙ୍କ ସହ ଛାତ ଉପରକୁ ଆସିଛନ୍ତି ପ୍ରକୃତି ମିଶ୍ର । କହିଛନ୍ତି ସମୟ ଆସିଲେ ସେ ସବୁ କିଛି କହିବେ ବୋଲି । ଅନ୍ୟପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମନ୍ମଥ ମିଶ୍ର । ସେ କହିଛନ୍ତି ମୁଁ ଓ ମୋର ପରିବାର ସମାଧାନ ଚାହୁଁଛୁ । ଝଡ ଆସିଛି ସେ ଚାଲିଯିବ ଏବଂ ସବୁ କିଛି ଠିକ ହୋଇଯିବ । ମୁଁ ଚାହୁଁଛି ବାବୁସାଙ୍କ ପରିବାର ଏକାଠି ହୋଇଯାଉ ବୋଲି । ଖବର ଓଡ଼ିଶା, Reporter, 29/07/2022