‘ମଖନା’ ଗୀତକୁ ନେଇ ହନି ସିଂହଙ୍କ ବିରୋଧରେ ମାମଲା ରୁଜୁ
Khabar Odisha:fir-against-honey-singh-and-bhushan-kumar-over-makhna-song
ପଞ୍ଜାବ, ଜୁଲାଇ ୯ (ଖବର ଓଡ଼ିଶା):

ବଲିଉଡ଼୍‌ର ବିଖ୍ୟାତ ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂଙ୍କ ପିଛା ଛାଡ଼ୁନି ବିବାଦ । ଏବେ ପୁଣି ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ହନିଙ୍କ ଗୀତ ‘ମଖନା’ରେ ମହିଳାଙ୍କୁ ନେଇ ବିବାଦୀୟ ଶବ୍ଦ ବ୍ୟବହାର କରିବା ବିରୋଧରେ ମାମଲା ରୁଜୁ ହୋଇଛି । ପଞ୍ଜାବ ରାଜ୍ୟ ମହିଳା କମିଶନ ଏହି ଅଭିଯୋଗ କରିଛି । 

ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ମନୀଷା ଗୁଲାଟୀଙ୍କ କହିବା ମୁତାବକ, ମଖନା ଗୀତରେ ହନି ସିଂହ ନିଜକୁ ‘ୱମେନାଇଜର’ କହିଥିବାବେଳେ ମହିଳାଙ୍କ ଚରିତ୍ରକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି । ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ପାଇଁ ଦାବି କରାଯାଇଛି । ମହିଳା ଆୟୋଗର ଅଭିଯୋଗ ଅନୁଯାୟୀ ହନି ଓ ଭୂଷଣ କୁମାରଙ୍କ ବିରୋଧରେ ମୋହାଲୀର ମଟୌର ଥାନାରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ଉପରେ ୨୯୪ (ଗୀତ ମାଧ୍ୟମରେ ଅଶ୍ଳୀଳତା ପ୍ରଦର୍ଶନ) ଏବଂ ୫୦୬ (ଧମକାଇବା) ସହିତ ଆହୁରି ଦଫା ଲାଗିଛି ।   

ବହୁତ ଦିନର ବ୍ୟବଧାନ ପରେ ହନି ସିଂହ ଟି-ସିରିଜ୍‌ର ‘ମଖନା’ ଗୀତ ଦ୍ୱାରା ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଏହା ବି ଏବେ ବିବାଦକୁ ଚାଲି ଆସିଛି । 

  • Tags:

Subscribe

National International State Sports Entertainment