ମଲଙ୍ଗର ଟାଇଟେଲ ଟ୍ରାକ୍ ରିଲିଜ୍, ନଜର ଆସିବ ଆଦିତ୍ୟ-ଦିଶାଙ୍କ ରୋମାନ୍ସ
Khabar Odisha:entertainment-odisha-malang-title-track-out-disha-patani-and-aditya-roy-kapur-comedian-bharti-singh-husband-wrote-lyrics
ନୂଆଦିଲ୍ଲୀ, ଜାନୁଆରୀ ୧୬ (ଖବର ଓଡ଼ିଶା) :

ଦିଶା ପଟାନୀ ଏବଂ ଆଦିତ୍ୟ ରାୟ କପୁରଙ୍କ ଫିଲ୍ମ ମଲଙ୍ଗର ଟାଇଟେଲ ଟ୍ରାକ୍ ରିଲିଜ୍ ହୋଇଛି। ଏହି ଗୀତରେ ଦିଶା ଏବଂ ଆଦିତ୍ୟ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଗୀତରେ ସୁଫୀ ବୋଲ ଜବରଦସ୍ତ ରହିଛି। ଯାହାକି ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିବ। 

ଫିଲ୍ମର କାହାଣୀ ଏହି ଗୀତରେ ନଜର ଆସିବ। ଏହାର ଲିରିକ୍ସ କୁଣାଲ ବର୍ମା ଓ ହର୍ଷ ଲମ୍ବାଚିଆ ଲେଖିଛନ୍ତି। କମେଡିଆନ ଭାରତୀ ସିଂହଙ୍କ ପତି ହର୍ଷ ଜଣେ ପ୍ରସିଦ୍ଧ ଲେଖକ। ଏହି ଗୀତକୁ ଦେଖିଲେ ଆପଣ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିବେ। ମଲଙ୍ଗର ଏହି ଗୀତ ଗୋଆରେ ସୁଟିଂ କରାଯାଇଛି। ୨୦୨୦ ଫେବୃଆରୀ ୭ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ମରିଶସ୍, ଗୋଆ ଏବଂ ମୁମ୍ବାଇର କିଛି ଅଂଶରେ ରିଲିଜ୍ ହୋଇଛି। ଫିଲ୍ମରେ ଜବରଦସ୍ତ ସସପେନ୍ସ ଲଭ୍ କେମେଷ୍ଟ୍ରୀ ରହିଛି।

Subscribe

National International State Sports Entertainment