ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କଲା ଜବରିୟା ଯୋଡି
Khabar Odisha:entertainment-odisha-jabariya-jodi-box-office-collection-day-1
ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡିଶା) :

 ପରିଣିତି ଚୋପ୍ରା ଏବଂ ସିର୍ଦ୍ଧାର୍ଥ ମଲହୋତ୍ରାଙ୍କ ରୋମାଞ୍ଚକ ଫିଲ୍ମ ଜବରିୟା ଯୋଡି ଗତକାଲି ରିଲିଜ ହୋଇଛି । ଫିଲ୍ମରେ ଜବରଦସ୍ତ କମେଡି ସହ ସାମାଜିକ ପ୍ରସଙ୍ଗର ଚିତ୍ର ଫ୍ୟାନ୍ସଙ୍କ ଦୃଷ୍ଟିକେନ୍ଦ୍ରୀତ କରିଛି । ତେବେ ପ୍ରଥମ ଦିନରେ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । 

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ନିଜ ଟ୍ୱିଟରେ ପରିଣିତା ଚୋପ୍ରା ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ଜବରିୟା ଯୋଡିର ଓପୋନିଙ୍ଗ ଡେର ବ୍ୟବସାୟ ସେୟାର କରିଛନ୍ତି । ତରଣ ଏବଂ ବକ୍ସ ଅଫିସ୍ ଇଣ୍ଡିଆ ଅନୁସାରେ ଫିଲ୍ମ ପ୍ରଥମ ଦିନରେ ୩.୧୫ ଲକ୍ଷ ବ୍ୟବସାୟ କରିଛି । 

ତରଣ ଆଦର୍ଶ ଟ୍ୱିଟରେ ଲେଖିଛନ୍ତି କି, ଜବରିୟା ଯୋଡିର ପ୍ରଥମ ସପ୍ତାହ ପଲ୍ସେିନେମା ହଲରେ ରହିବା ପାଇଁ ଭଲ ବ୍ୟବସାୟ କରିବାକୁ ପଡିବ । ଫିଲ୍ମର ବଜେଟ ତୁଳନାରେ ଏହାର ଓପୋନିଙ୍ଗ ଭଲ ରହିଛି । ଜି ମ୍ୟୁଜିକର ବ୍ୟାନରରେ ଫିଲଦମର ମ୍ୟୁଜିକ ଲଂଚ୍ କରାଯାଇଛି । ଏଥିରେ ସମୁଦାୟ ୬ଟି ଗୀତ ରହିଛି । ଏଥିରୁ ୨ଟି ରାମାଣ୍ଟିକ୍, ୧ସ୍ୟାଡ୍, ୧ ମସ୍ତିବାଲା, ଓ ୧ଟି ଆଇଟମ ଗୀତ ରହିଛି । 

ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ପ୍ରଡ୍ୟୁସର ଏକତା କପୁର ଅଛନ୍ତି । ଏଥିରେ ସଞ୍ଜୟ ମିଶ୍ର, ଜାବେଦ ଜାଫରୀ ମୁଖ୍ୟ ଭୂମିକାରେ ଅଛନ୍ତି । 

Subscribe

National International State Sports Entertainment