ଜନ୍ମଦିନରେ ସଲମାନଙ୍କୁ ଭାଣିଜୀ ଉପହାର ଦେଲେ ଅର୍ପିତା
Khabar Odisha:entertainment-odisha-arpita-khan-sharma-deliver-second-child-salman-khan-54-birthday-special-gift
ନୂଆଦିଲ୍ଲୀ, ଡିସେମ୍ଵର ୨୭ (ଖବର ଓଡିଶା) :

ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଆଜି ୫୪ତମ ଜନ୍ମଦିନ। ଜନ୍ମଦିନ ଅବସରରେ ସଲମାନଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ସେପଟେ ଖାନ୍ ପରିବାରରେ ଆଜି ଡବଲ ସେଲିବ୍ରେସନ୍। ପ୍ରଥମଟି ଭାଇଜାନଙ୍କ ଜନ୍ମଦିନ ପାଇଁ ଓ ଦ୍ଵିତୀୟଟି ଅର୍ପିତାଙ୍କ ମା ହେବା ଖୁସୀରେ। ଅର୍ପିତା ଆଜି ତାଙ୍କର ଦ୍ଵିତୀୟ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। 

ଅର୍ପିତା ଆଜି ତାଙ୍କ ଭାଇଙ୍କ ଜନ୍ମଦିନରେ ସଲୁ ଭାଇଙ୍କୁ ମାମୁଁ ହେବାର ଉପହାର ଦେଇଛନ୍ତି। ଅର୍ପିତା ଏବେ ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ଆଡମିଟ୍ ଅଛନ୍ତି। ଡେଲିଭରି ସମୟରେ ଖାନ ପରିବାରର ସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ ଥିଲେ। ଅର୍ପିତାଙ୍କ ପୂର୍ବରୁ ଏକ ପୁତ୍ର ସନ୍ତାନ ଥିଲେ। ତାଙ୍କ ପୁଅ ନାମ ଆହିଲ ଶର୍ମା। ସଲମାନ ଓ ଆହିଲଙ୍କର ଭଲ ବଣ୍ଡିଂ ମଧ୍ୟ ଅଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ମଧ୍ୟ ହୋଇଛି।

Subscribe

National International State Sports Entertainment