ପଦ୍ମଶ୍ରୀ ମିଳିବା ଉପରେ ଟ୍ରୋଲର୍ସଙ୍କୁ ଜବାବ ଦେଲେ ଅଦନାନ, କହିଲେ ହମ ଭି ତୋ ତୁମହାରେ
Khabar Odisha:entertainment-bollywood-singer-adnan-sami-on-padma-shri-including-her-father-name-by-opposition
ନୂଆଦିଲ୍ଲୀ, ଜାନୁଆରୀ୨୭(ଖବର ଓଡ଼ିଶା):

 ଯେବେଠୁ ବଲିଉଡ଼ ଗାୟକ ଅଦନାନ ସାମିଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ପଦ୍ମଶ୍ରୀ ସମ୍ମାନ ଦିଆଯିବାର ଘୋଷଣା ହୋଇଛି, ତେବେଠୁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରାଯାଉଛି। ବିରୋଧୀ ମଧ୍ୟ ଅଦନାନଙ୍କୁ ଏହି ସମ୍ମାନ ଦେବା ପକ୍ଷରେ ନାହାନ୍ତି ଏବଂ ଏହାର ତୀବ୍ର  ବିରୋଧ କରୁଛନ୍ତି। ବିରୋଧୀ କଂଗ୍ରେସ ମୋଦୀ ସରକାରର ଚାମଚାଗିରି ପାଇଁ ତାଙ୍କୁ ପଦ୍ମଶ୍ରୀ ଦିଆଯାଇଥିବା ଆରୋପ  ଲଗାଇଛି। ଅନେକ ଏହା ମଧ୍ୟ ତର୍କ ଦେଉଛନ୍ତି ଯେ, ଅଦନାନଙ୍କ ପିତା ପାକିସ୍ତାନ ପକ୍ଷରୁ ଭାରତ ବିରୋଧରେ ଲଢ଼େଇ କରିଥିଲେ। ଏହି କାରଣରୁ ତାଙ୍କୁ ଏହି ସମ୍ମାନ ଦିଆଯିବା ଉଚିତ୍ ନୁହଁ। ଏହି ସବୁ ମଧ୍ୟରେ ଗାୟକ ଅଦନାନଙ୍କ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। 

ପିତାଙ୍କ ନାମକୁ ଏଥିରେ ଟାଣିବା ନେଇ ଅଦନାନ କିଛିଟା ଦୁଃଖ ପ୍ରକାଶ କରିବା ସହିତ ହସିଛନ୍ତି ମଧ୍ୟ। ସେ ଏହି ସବୁ ସମାଲୋଚନା ମଧ୍ୟରେ କହିଛନ୍ତି ଯେ, ମୋର ପିତା ବାୟୁସେନାରେ ଥିଲେ। ସେ ୧୯୬୫ ଲଢ଼େଇ ପାକିସ୍ତାନର  ହିରୋ ଥିଲେ। ସେ ନିଜର ଦେଶ ପାଇଁ କାମ କରିଥିଲେ ଏବଂ ତାଙ୍କୁ ନେଇ ମୁଁ ଗର୍ବ ଅନୁଭବ କରୁଛନ୍ତି। ମାତ୍ର ପୁରସ୍କାର ସଂଦର୍ଭରେ ପିତାଙ୍କୁ ଏଥିରେ ଟାଣିବା ଠୀକ୍ ନୁହଁ। ଏହି ସମୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ପଦ୍ମଶ୍ରୀ ମିଳିବା ନେଇ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରାଯାଉଛି। ଏହା ଉପରେ ସେ ଗୀତ ଗାଇ ସମାଲୋଚକଙ୍କୁ  ଜବାବ ଦେଇଛନ୍ତି। ସେ ନିଜର ଗୀତ ହମ ଭିତୋ ହେ ତୁମହାରେ ଗାଇ ଟ୍ରୋଲରଙ୍କୁ ଜବାବ ଦେଇଛନ୍ତି। 

ଅଦନାନ କହିଛନ୍ତି ଯେ, ମୋତେ ଏହି ସମ୍ମାନ ମିଳିବାରେ ରାଜନୀତି ସହ କୌଣସି ସଂପର୍କ ନାହିଁ। ଏହା ଆପଣଙ୍କୁ ଆପଣଙ୍କର କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦିଆଯାଇଥାଏ।  ସବୁଠୁ ମହତ୍ଵପୂର୍ଣ୍ଣ କଥା ଏହା ଯେ ମୋତେ ଏହି ପୁରସ୍କାର କଳା କ୍ଷେତ୍ର ପାଇଁ ଦିଆଯାଇଛି। ମୁଁ ନିଜର କାମ ଦେଶ ପାଇଁ କରିଛି ଏବଂ ପିତା ଦେଶ ପାଇଁ ନିଜର କାମ କରିଛନ୍ତି। ଦୁଇଟି ସଂପୂର୍ଣ୍ଣ ଭାବେ ଅଲଗା ଅଲଗା କାମ।

Subscribe

National International State Sports Entertainment