ମୁମ୍ବାଇ: ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଯାଇଛି । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରଭାବେ ‘ଦମନ’କୁ ମନୋନୀତ କରାଯାଇଛି । ଅଭିନେତା ବାବୁ ସାନଙ୍କ ଅଭିନୀତ ଦମନ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମରେ ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କର କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ।
ସିଦ୍ଧାର୍ଥ ଡାକ୍ତରୀ ପାଠ ଶେଷ କରିବା ପରେ ସେ ମାଲକାନଗିରି ଜିଲ୍ଲା ଉପାନ୍ତ ଅଞ୍ଚଳ ଜାନବାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଆନ୍ତି । ଆଉ ମାଓ ପ୍ରବଣ ମାଲକାନଗିରିରେ ମ୍ୟାଲେରିଆ ଦୂରିକରଣ ପାଇଁ ନିଜକୁ କିଭଳି ଉତ୍ସର୍ଗ କରିଦିଅନ୍ତି ତାହା ଏଥିରେ ଦେଖିବାକୁ ମିଳିଥିଲା ।
ଏହି ଫିଲ୍ମରେ ଦେବୀ ପ୍ରସାଦ ମିଶ୍ର ଓ ବିଶାଲ ମୌର୍ଯ୍ୟଙ୍କ ନିର୍ଦ୍ଦେଶନା ଦେଇଥିବାବେଳେ ବାବୁ ସାନ ଓ ଦିପାନ୍ୱିତ ଦାଶମହାପାତ୍ରଙ୍କ ଚମତ୍କାର ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ମୁକ୍ତିଲାଭ କରିଥିଲା । ପରେ ଏହାକୁ ହିନ୍ଦୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଥିଲା ।
ଆସନ୍ତା ଅକ୍ଟୋବର ମାସରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି ।