ବଲିଉଡ ଷ୍ଟାର ଅକ୍ଷୟ କୁମାର କରୋନା ସଂକ୍ରମିତ ହେବା ଦିନକ ପରେ ହସ୍ପିଟାଲରେ ଭର୍ତ୍ତି
Khabar Odisha:bollywood-akshay-kumar-hospitalised
ଭୁବନେଶ୍ୱର, ଏପ୍ରିଲ 5 (ଖବର ଓଡିଶା) :

ବଲିଉଡ ଷ୍ଟାର ଅକ୍ଷୟ କୁମାର ହସ୍ପିଟାଲରେ ଭର୍ତ୍ତି  । ଗତକାଲି ସେ ଚିହ୍ନଟ ହୋଇଥିଲେ କରୋନା ପଜିଟିଭ । ଟ୍ୱିଟ କରି ଦେଲେ ସୂଚନା 

ଗତକାଲି ଅକ୍ଷୟ କୁମାର କରୋନା ସଂକ୍ରମିତ ହେବା ପରେ ସୋସିଆଲ ମିଡିଆରେ ସେୟାର କରି ଜଣାଇଥିଲେ । ସେ ନିଜକୁ ହୋମ ଆଇସୋଲେସନରେ ରଖିଥିବା ସୂଚନା ଦେଇଥିଲେ । ତେବେ ଆଜି ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଅକ୍ଷୟ କୁମାର ଟ୍ୱିଟ କରି ଲେଖିଛନ୍ତି ଯେ, ଆପଣଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ । ମୋ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି ।  ମୁଁ ଆଶା କରୁଛି ଶୀଘ୍ର ସୁସ୍ଥ ହୋଇ ଫେରିବି । ଆପଣମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆନ୍ତୁ ।

  • Tags:

Subscribe

National International State Sports Entertainment