ଭୁବନେଶ୍ୱର,ଜୁଲାଇ ୨୩(ଖବର ଓଡିଶା):
ଓଲିଉଡ୍ ଷ୍ଟାର୍ ବାବୁଶାନ୍ ଏବଂ ପ୍ରକୃତି ମିଶ୍ର ଘଟଣା । ଏହି ଘଟଣାରେ ଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଛି । ପ୍ରଥମେ ଖାରବେଳନଗର ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରିଥିଲେ । ପରେ ସନ୍ଧ୍ୟାରେ ଥାନାରେ ବୋହୂଙ୍କ ସହ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ସେ ମଧ୍ୟ ଥାନାରେ ମାମଲା ଦାଏର କରିଛନ୍ତି ।
ଅପରାଜିତା ପ୍ରଥମେ ବୋହୂଙ୍କ ଘରେ ପହଞ୍ଚିଥିଲେ । ସେଠାରେ ତୃପ୍ତିଙ୍କ ସହ ମାଉସୀ ମଧ୍ୟ ମଧ୍ୟ ସେମାନଙ୍କ ସହ ଥାନାକୁ ଯାଇଥିଲେ । ପରେ ଖାରବେଳନଗର ଥାନାରେ ମାମଲା ରୁଜୁ କରିଥିବା ଯାହାକି ଜଣାପଡିଛି ।
ତେବେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ବାବୁସାନଙ୍କ ପତ୍ନୀ ତୁପ୍ତି । ସେ କହିଛନ୍ତି ଯେ, ସତ୍ୟ ନଗର ଘରେ ବାବୁସାନ ଓ ପ୍ରକୃତି ଏକାଠି ରହୁଥିଲେ । ଏହାସହିତ ତୃପ୍ତି ଉଭୟଙ୍କୁ ଆଗରୁ ୩ ଥର ଧରିଛନ୍ତି । ସେମାନେ ଜାଗା ପରିବର୍ତ୍ତନ ମଧ୍ୟ କରୁଥିଲେ । ଆଗରୁ ଭୁବନେଶ୍ୱର, ଗୋଆ ଏବଂ ବମ୍ବେରୁ ଉଭୟଙ୍କୁ ଧରିଥିଲେ ।