ପୁଣି ବଲିଉଡରେ ପଶିଲା କରୋନା, ଅଭିନେତ୍ରୀ ମୃଣାଳ ଠାକୁର ପଜିଟିଭ୍ ମୁୁମ୍ବାଇ, ଜାନୁଆରୀ ୦୧(ଖବର ଓଡିଶା): Share story: କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି । ଏବେ ପୁଣି ବଲିଉଡରେ ପଶିଲାଣି କରୋନା । ଜଣକ ପରେ ଜଣେ ସେଲିବ୍ରିଟି କରୋନାରେ ଆକ୍ରାନ୍ତ ହେଉଛନ୍ତି । ନିକଟରେ ଅର୍ଜୁନ କପୁର ଆକ୍ରାନ୍ତ ହୋଇଥିବା ବେଳେ ଶନିବାର ଅଭିନେତ୍ରୀ ମୃଣାଳ ଠାକୁରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି । ସେ କହିଛନ୍ତି ଯେ, ମୋ ଠାରେ କରୋନା ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି । ମାତ୍ର ମୁ ଏବେ ଭଲ ଅଛି । ମୋର ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଛି । ଏହାସହିତ ମୃଣାଳ କହିଛନ୍ତି ସମସ୍ତଙ୍କୁ ନିବେଦନ କରୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ କରୋନା ଟେଷ୍ଟ କରାଇ ନିଅନ୍ତୁ । ଖବର ଓଡ଼ିଶା, Reporter, 01/01/2022