ଗୌହାଟୀ: ସିଙ୍ଗର ଜୁବିନ ଗର୍ଗଙ୍କ ଦ୍ଵିତୀୟ ଥର ପୋଷ୍ଟମର୍ଟମ କରାଯିବ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏହାର ଘୋଷଣା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଗର୍ଗଙ୍କ ଅନ୍ତିମ ସଂସ୍କାର ହେବାର ଥିଲା। ଉଲ୍ଲେଖନୀୟ ସିଙ୍ଗାପୁରରେ ଶୁକ୍ରବାର ସମୁଦ୍ରରେ ବିନା ଲାଇଫ ଜ୍ୟାକେଟ୍ରେ ପହଁରିବା ସମୟରେ ବୁଡ଼ି ଯିବାରୁ ଗାୟକଙ୍କ ମୃତ୍ୟୁ ଘଟିଥିଲା। ସିଙ୍ଗାପୁର ସରକାରଙ୍କ ପକ୍ଷରୁ ଜାରି ରିପୋର୍ଟରେ ତାଙ୍କର ମୃତ୍ୟୁର କାରଣ ବୁଡ଼ିବା ଯୋଗୁଁ ହୋଇଥିବା କୁହାଯାଇଛି।
ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଟିଏ ବର୍ଗର ଲୋକଙ୍କ ଦାବି ପରେ ଜୁବିନ ଗର୍ଗଙ୍କ ମୃତ ଶରୀରର ଦ୍ଵିତୀୟ ଥର ପୋଷ୍ଟମର୍ଟମ ମଙ୍ଗଳବାର ଗୌହାଟୀର ହସ୍ପିଟାଲ୍ରେ କରାଯିବ। ତାଙ୍କ ମୃତ୍ୟୁ ଘଟଣାରେ କିଛି ଗଡ଼ବଡ଼ ହୋଇଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ହିମନ୍ତ ବିଶ୍ଵ ଶର୍ମା ରବିବାର କହିଥିଲେ ଯେ, ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ଅନ୍ତିମ ସଂସ୍କାର ସେପ୍ଟେମ୍ବର ୨୩ରେ ଗୌହାଟୀ ନିକଟସ୍ଥ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ। ଗାୟକଙ୍କ ପରିବାରର ଇଚ୍ଛା ଜୁବିନଙ୍କ ଅନ୍ତିମ ସଂସ୍କାର ଗୌହାଟୀ କିମ୍ବା ଏହାର ଆଖପାଖ ଅଞ୍ଚଳରେ କରାଯା।
ସେ କହିଛନ୍ତି, ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ୍ ବୈଠକରେ କମରଚୁକି ଏନସି ଗାଁରେ ଅନ୍ତିମ ସଂସ୍କାର ଗୌହାଟୀ କିମ୍ବା ଏହାର ଆଖପାଖ ଗାଁରେ କରାଯିବ। ଏହାକୁ ଦୃଷ୍ଟିରେ ରକି କ୍ୟାବିନେଟ୍ ବୈଠକରେ କମରଚୁକି ଏନସି ଗାଁରେ ତାଙ୍କ ଅନ୍ତିମ ସଂସ୍କାର କରାଯିବାକୁ ନିର୍ଣ୍ଣୟ ନିଆଯାଇଛି। ଦ୍ଵିତୀୟ ପୋଷ୍ଟମର୍ଟମ ପରେ ଏହି ଗାଁରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
Also read: ଅପେକ୍ଷାର ହେଲା ଅନ୍ତ; ରିଲିଜ ହେଲା ଋଷଭ ଶେଟ୍ଟୀଙ୍କ ବହୁ ପ୍ରତିକ୍ଷୀତ 'କାନ୍ତାରା: ଚାପ୍ଟର ୧' ଟ୍ରେଲର